ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଅଣ୍ଡର-୧୯ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆର ୧୫ ଜଣିଆ ଦଳ। ସୋମବାର ବିସିସିଆଇ ପକ୍ଷରୁ ଏହି ବିଶ୍ୱକପ୍ ଦଳ ଘୋଷଣା କରାଯାଇଛି। ଏହି ଦଳରେ ପ୍ରିୟମ ଗର୍ଗଙ୍କୁ ଅଧିନାୟକ ରଖାଯାଇଛି।

୨୦୨୦ ମସିହା ଜାନୁଆରୀ ୧୭ରୁ ଫେବୃଆରୀ ୭ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପରେ ଟିମ୍ ଅଂଶଗ୍ରହଣ କରିବ। ଏଥର ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ଜାପାନ ସହ ଗ୍ରୁପ୍ ଏ ରେ ସ୍ଥାନ ପାଇଛି।

ଅଣ୍ଡର ୧୯ ବିଶ୍ୱକପରେ ଭାରତ ଏହା ପୂର୍ବରୁ ୪ ଥର ବିଜେତା ହୋଇସାରିଛି। ଗତ ଥର ବିଶ୍ୱକପରେ ପୃଥ୍ୱୀ ଶ’ଙ୍କ ଭାରତୀୟ ଦଳ ନ୍ୟଜିଲାଣ୍ଡ ମାଟିରେ ଚତୁର୍ଥ ଥର ପାଇଁ ବିଶ୍ୱକପ୍ ବିଜେତା ହୋଇଥିଲା। ଗତଥର କୋଚ୍ ଥିବା ରାହୁଲ ଦ୍ରାବିଡ୍ ଏଥର ଦଳକୁ ନେଇ ମଧ୍ୟ ଖୁସି ଅଛନ୍ତି। ଦଳରେ ବହୁତ ଅଲରାଉଣ୍ଡର ରହିବା ଦଳ ପାଇଁ ଖୁସିର କଥା ବୋଲି ଦ୍ରାବିଡ୍ କହିଛନ୍ତି।

ଅଣ୍ଡର-୧୯ ଭାରତୀୟ ବିଶ୍ୱକପ୍ ଦଳ:

ପ୍ରିୟମ ଗର୍ଗ (ଅଧିନାୟକ), ଜଶ୍ୱସୀ ଜୈଶୱାଲ୍, ତିଲକ ବର୍ମା, ଦିବ୍ୟାଂଶ ସକ୍ସେନା, ଧ୍ରୁବ୍ ଚାନ୍ଦ ଜୁରେଲ,  ସାୱନ୍ତ ରାୱତ, ଦିବ୍ୟାଂଶ ଜ୍ୟୋତି, ଶୁଭାଙ୍ଗ ହେଗଡେ, ରବି ବିଶ୍ନୋଇ, ଆକାଶ ସିଂହ, କାର୍ତ୍ତିକ ତ୍ୟାଗି, ଅଥର୍ବ ଆଙ୍କୋଲେକର, କୁମାର କୁଶଗ୍ରା, ସୁଶାନ୍ତ ମିଶ୍ର, ବିଦ୍ୟାଧର ପତି।

Comment