ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ୩୦ ବର୍ଷିୟ କ୍ରିକେଟର ସୋମବାର ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ପୂର୍ବରୁ ଆଶ୍ରିତା ଓ ମନିଷଙ୍କ ବିହାକୁ ନେଇ ଚର୍ଚ୍ଚା ହେଉଥିଲା।

ଗୋଟିଏ ମାସ ପୂର୍ବରୁ ଉଭୟଙ୍କ ବିବାହ ପାଇଁ ଦୁଇ ପରିବାର ମଧ୍ୟରେ ନିଷ୍ପତ୍ତି ସରିଥିଲା। ଏହାସହ ବିବାହ ତାରିଖ ମଧ୍ୟ ଧାର୍ଯ ସରିଥିଲା। ତେବେ ସୋମବାର ଏହି ଦୁଇ ଷ୍ଟାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ରବିବାର ରାତିରେ ଗୁଜୁରାଟର ସୁରତରେ କର୍ଣ୍ଣାଟକ ପକ୍ଷରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳିଥିଲେ ମନିଷ। ଏଥିରେ ଟିମ୍‌କୁ ବିଜୟୀ କରାଇବା ପରେ ସଙ୍ଗେ ସଙ୍ଗେ ବାହାରି ପଡ଼ିଥିଲେ ମୁମ୍ଵାଇ। ସେଠାରେ ରୀତିନୀତି ସହ ଆଶ୍ରିତାଙ୍କୁ ବିବାହ କରିଥିଲେ।

ମନିଷ ବର୍ତ୍ତମାନ କର୍ଣ୍ଣାଟକ ଦଳର ଅଧିନାୟକ ଅଛନ୍ତି। ଏହାସହ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ଖେଳୁଛନ୍ତି। ସେ ଟିମ୍‌ ଇଣ୍ଡିଆ ପକ୍ଷରୁ ୨୩ଟି ଦିନିକିଆ, ୩୨ଟି ଟି-୨୦ ଖେଳିଛନ୍ତି। ସେହିପରି ଆଶ୍ରିତା ତାମିଲ୍‌ ଫିଲ୍ମ ଇନ୍ଦ୍ରଜିତ୍‌, ଉଧୟମ, ଏନ୍‌ଏଚ୍‌-୪ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।

Comment