ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛିା କେନ୍ଦ୍ରାପଡ଼ା ଟାଉନ ଥାନା ଖଡ଼ିଅଙ୍ଗ ଗାଁରେ ଏହି ଅଘଟଣ ଘଟିଛି। ମୃତ ମହିଳାଙ୍କ ନାଁ ହେଲା ଅନୁସୂୟା ସିଂହ।

ଅନୁସୂୟା ପୋଡ଼ି ଯାଉଥିବା ଦେଖି ପଡ଼ିଶା ଘର ଲୋକେ ଦମକଳବାହିନୀକୁ ଫୋନ୍‌ କରିଥିଲେ। ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ବି ମହିଳାଙ୍କୁ ବଞ୍ଚାଇ ପାରିନଥିଲେ।

ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି। ସେପଟେ ଅନୁସୂୟାଙ୍କ ସ୍ୱାମୀଙ୍କ କହିବା ଅନୁସାରେ ଅନୁସୂୟାଙ୍କ ମାନସିକ ଅବସ୍ଥା ଭଲ ନଥିଲା। ଘରେ କେମିତି ନିଆଁ ଲାଗିଲା ଓ ଅନୁସୂୟା କେମିତି ପୋଡ଼ି ହେଲେ ତାହା ସ୍ପଷ୍ଟ ହୋଇନି।

Comment