ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦ ଅଞ୍ଚଳରେ। ଅର୍ଥିକ ଦେବାଳି ହେବା ପରେ ଏକ ଜିନ୍ସ ଫ୍ୟାକ୍ଟ୍ରିର ମାଲିକ ନିଜ ପୁଅ-ଝିଅଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ନିଜ ସ୍ତ୍ରୀ ଓ ଘରେ ରହୁଥିବା ଅନ୍ୟ ଜଣେ ମହିଳାଙ୍କ ସହ ୮ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଇନ୍ଦିରାପୁରମ୍‌ ବୈଭବ ଖଣ୍ଡ ଭବନର ଗୁଲସନ ବାସୁଦେବ। ତାଙ୍କ ସ୍ତ୍ରୀଙ୍କ ନାଁ ପରବିନ ବାସୁଦେବ ଓ ପୁଅ-ଝିଅଙ୍କ ନାଁ ରିତିକ ଓ କ୍ରିତିକା। ଘରେ ଥିବା ଅନ୍ୟ ଜଣେ ମହିଳା ହେଉଛନ୍ତି ତାଙ୍କ ବ୍ୟବସାୟୀ ସହଯୋଗୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମ-ତଦେହ ଉଦ୍ଧାର କରିବା ସହ ଏକ ସୁଇସାଇଡ ନୋଟ ଜବତ କରିଛି।

ଚିଠିରେ ବ୍ୟବସାୟରେ କ୍ଷତି ପାଇଁ ଆତ୍ମହତ୍ୟା କରୁଛନ୍ତି ବୋଲି ଫ୍ୟାକ୍ଟ୍ରି ମାଲିକ ଲେଖିଥିଲେ। ଏଥିସହ କିଛି ନଗଦ ଟଙ୍କା ମଧ୍ୟ ଏହି ଚିଠି ସହ ଯୋଡ଼ି ରଖିଥିଲେ। ଏହି ଟଙ୍କାକୁ ସେ ତାଙ୍କ ଅନ୍ତିମ ସଂସ୍କାରରେ ଖର୍ଚ୍ଚ କରିବା ପାଇଁ ଚାହୁଁଥିବା ଲେଖିଥିଲେ ଫ୍ୟାକ୍ଟ୍ରି ମାଲିକ। ଏହାସହ ତାଙ୍କ ମୃତ୍ୟୁରେ ସେ ରାକେଶ ବର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି। ରାକେଶ ମୃତ ବ୍ୟକ୍ତିଙ୍କ ସଢୁ ବୋଲି ଜଣାପଡ଼ିଛି।

କିଛିଦିନ ତଳେ ରାକେଶ ଗୁଲସନଙ୍କଠାରୁ ୨କୋଟି ଟଙ୍କା ଧାର ନେଇଥିଲେ। ପରେ ରାକେଶ ନିକଟରେ ଗୁଲସନଙ୍କୁ ଚେକ ଆକାରରେ କିଛି ଟଙ୍କା ଦେଇଥିଲେ। ହେଲେ ତାହା ବାଉନ୍ସ ହୋଇଯାଇଥିଲା। ଫଳରେ ଗୁଲସନଙ୍କ ଉପରେ ଆହୁରି ଆର୍ଥିକ ବୋଝ ପଡ଼ିଥିଲା। ବ୍ୟବସାୟରେ କ୍ଷତି ଓ ଋଣ ଭାର ସହି ନପାରି ସେ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ସୋମବାର ରାତିରେ ପୁଅ ଓ ଝିଅ ଶୋଇଥିବା ବେଳେ ସ୍ଵାମୀ, ସ୍ତ୍ରୀ ତାଙ୍କ ତଣ୍ଟି ଚିପି ହତ୍ୟା କରକିଥିଲେ। ପରେ ୩ ଜଣ ବାଲକୁନିକୁ ଆସି ଆତ୍ମହତ୍ୟା କରିଥିଲେ।

Comment