ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ବହିଷ୍କୃତ ପୋଲିସ କନ୍‌ଷ୍ଟେବଲ୍‌ ଜିତେନ୍ଦ୍ର ସେଠୀଙ୍କୁ ଗିରଫ କରିଛି ପୋଲିସ। ଏହାସହ ଆଉ ୩ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ନିମାପଡ଼ାରୁ ଉଠାଇ ନେଇ ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ପୁରୀ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଘଟଣାଟି ଥିଲା ଏମିତି। କାକଟପୁର ଅଞ୍ଚଳର ଜଣେ ପୀଡ଼ିତ ସୋମବାର ଭୁବନେଶ୍ୱରରୁ ଏକ ବସ୍‌ରେ ଘରକୁ ଫେରୁଥିଲେ। ଏହାପରେ ନିମାପଡ଼ା ଛକରେ ଏକ ହୋଟେଲରେ ଖାଉଥିଲେ ଯୁବତୀ। ଖାଇ ସାରି ଆସି ଦେଖିବା ବେଳକୁ ବସ୍‌ଟି ଚାଲିଯାଇଥିଲା। ଆଉ ଏକ ବସ୍‌କୁ ଅପେକ୍ଷା କରି ନିମାପଡ଼ା ବସ୍‌ ଷ୍ଟାଣ୍ଡରେ ଯୁବତୀଜଣକ ଛିଡ଼ା ହୋଇଥିଲେ। କିଛି ସମୟ ଅପେକ୍ଷା କରିବା ପରେ ଏକ କାର ଆସି ଯୁବତୀଙ୍କ ପାଖରେ ପହଞ୍ଚିଲା। କାର୍‌ରେ ଥିବା ଚାରି ଜଣ ଯୁବକ ଯୁବତୀଙ୍କୁ କୁଆଡ଼େ ଯିବେ ବୋଲି ପଚାରିଥିଲେ। ଯୁବତୀ ଜଣକ କହିଥିଲେ କାକଟପୁର ଯିବେ।

କାରରେ ଥିବା ୪ ଜଣ ଯୁବକ ଯୁବତୀଙ୍କୁ ଲିଫ୍ଟ ଦେଇଥିଲେ। ହେଲେ ଯୁବତୀ ଜଣକ ଏଥିରେ ରାଜି ହୋଇ ନଥିଲେ। ହେଲେ ସେମାନେ ପୋଲିସ ପରିଚୟ ଦେବାରୁ ଯୁବତୀ ତାଙ୍କ ଗାଡ଼ିରେ ବସିଥିଲେ। ଗାଡ଼ି କାକଟପୁର ନ ଯାଇ ସିଧା ପୁରୀ ଆସିଥିଲା।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଅପରାହ୍‌ଣ ୩ଟା ସମୟରେ  ପୁରୀ କୁମ୍ଭାରବଡ଼ା ଥାନା ଝାଡ଼େଶ୍ୱରୀ କ୍ଲବ ନିକଟ କ୍ୱାର୍ଟର୍ସରେ ଗାଡ଼ି ଲାଗିଥିଲା। ତାଙ୍କୁ କ୍ୱାର୍ଟର୍ସକୁ ଆଣି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ଯୁବତୀ ଜଣକ ଜଣେ ଯୁବଙ୍କ ପର୍ସକୁ ଅକ୍ତିଆର କରି ନେଇଥିଲେ। ଏହି ପର୍ସଟି କନଷ୍ଟେବଲ ଜିତେନ୍ଦ୍ର ସେଠୀଙ୍କର ବୋଲି ଜଣାପଡ଼ିଛି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଦୁଷ୍କର୍ମ କରିବା ପରେ ଏକ କୋଠରୀରେ ତାଲା ପକାଇଦେଇଥିଲେ। ହେଲେ, ଯୁବତୀ ଜଣକ ସେଠୁ ଖସି ପଳାଇଥିଲେ। ପରେ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ।

Comment