ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧବା ମହିଳାଙ୍କୁ ପ୍ରଥମେ ଅପହରଣ କରି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ସାମ୍ନାକୁ ଆସିଛି।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ପୋଲିସ୍‌ ଶନିବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉକରି ୪ ଜଣକୁ ଅଟକ ରଖିଛି। ପୋଲିସ୍‌ ଘଟଣାର ତଦନ୍ତ ଜାରି ରହିଛି।

ପ୍ରଥମେ ଅପହରଣ କରି ବଳାତ୍କାର କରିଥିବାର ସୂଚନା ମିଳିଛି। ଗତ ୧୪ ତାରିଖରେ ବିଳମ୍ବିତ ରାତିରେ କିଛି ଅଜଣା ଲୋକ ଏକ ବୋଲେରୋ ଗାଡିରେ ଆସି ମାର୍ଶାଘାଇ ଥାନା ଅନ୍ତର୍ଗତ ବଡପାଳ ଗାଁର ଭଡାଘରେ ରହୁଥିବା ଶୁଶାନ୍ତ ମଣ୍ଡଳ, ତାଙ୍କ ବିଧବା ଶାଶୂ ଓ ଘନଶ୍ୟାମ ବେହେରା ନାମକ ଲୋକକୁ ଅପହରଣ କରି ନେଇଥିଲେ।

 

ଅପହରଣ କରି ସେମାନଙ୍କୁ ମହାକାଳପଡ଼ା ବ୍ଲକର ରାମନଗରରେ ଥିବା ଏକ ଫିସାରୀ ଘରେ ପୁରାଇ ମାଡ଼ ମାରିବା ସହିତ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ପୋଲିସ୍‌ ତଦନ୍ତ ଅନୁସାରେ, ମାର୍ଶାଘାଇ ଥାନା ଅନ୍ତର୍ଗତ ପଳାସପୁର ଗାଁର ଘନଶ୍ୟାମ ବେହେରା ନାମକ ଜଣେ ବିବାହିତ ବ୍ୟକ୍ତିଙ୍କର ଏହି ବିଧବା ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଅନେକ ସମୟରେ ଘନଶ୍ୟାମ ନିଜ ଘରେ ନରହି ଏହି ବିଧବା ମହିଳାଙ୍କ ଘରେ ରହୁଥିଲେ। ଯାହାକୁ ଘନଶ୍ୟାମଙ୍କ ସ୍ତ୍ରୀ ବେବିନା ବିରୋଧ କରି ଆସୁଥିଲେ। ସେଥିପାଇଁ ବେବିନାଙ୍କ ସହିତ ଘନଶ୍ୟାମଙ୍କ କଳିଝଗଡା ହେଉଥିଲା।

ଗତ ୧୪ ତାରିଖ ରାତିରେ ଘନଶ୍ୟାମ ଘରକୁ ନଫେରିବାରୁ ଘନଶ୍ୟାମଙ୍କ ସ୍ତ୍ରୀ ବେବିନାଙ୍କର ସନ୍ଦେହ ବଢ଼ିଥିଲା। ବେବିନା ତାଙ୍କ ଦୁଇ ଭାଇଙ୍କୁ ଖବର ଦେଇଥିଲେ। ବେବିନାଙ୍କ ଭାଇ ଓ ତାଙ୍କର ଦୁଇ ସାଙ୍ଗ ବୋଲେରୋ ଧରି ଘନଶ୍ୟାମଙ୍କୁ ଖୋଜିବାକୁ ଯାଇଥିଲେ।

ସେହିଦିନ ଏହି ଘଟଣା ଘଟିଥିବାରୁ ବେବିନାଙ୍କ ଭାଇ ଓ ତାଙ୍କ ସାଙ୍ଗ ଘଟଣାରେ ଜଡ଼ିତ ଥିବାନେଇ ପୋଲିସ ସନ୍ଦେହ କରୁଛି। ସେମାନଙ୍କୁ ଅଟକ ରଖି ପୋଲିସ୍‌ ତଦନ୍ତ ଜାରି ରଖିଛି।

Comment