ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଲ୍ଲା ସ୍ତରୀୟ ବିଜ୍ଞାନ ଗଣିତ ଏବଂ ପରିବେଶ ପ୍ରଦର୍ଶନୀ ମଙ୍ଗଳବାର କୋରାପୁଟ ଜିଲ୍ଲା ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଦଘାଟିତ ହୋଇଛି। କୋରାପୁଟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ହସ୍ତତନ୍ତ୍ର, ବୟନ ଏବଂ ହସ୍ତକଳା ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।

ଦୀପ  ପ୍ରଜ୍ୱଳନ କରି ରବିନ କାଟି ଉଦଘାଟନ କରିଥିଲେ। ଉଦ୍‌ଘାଟିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଜିଲ୍ଲା ପରିଷଦ ଅଧ୍ୟାକ୍ଷା ତୁଳସୀ କିର୍ସାନୀ, ଏସଡିପିଆର ଓ ଜଗନ୍ନାଥ ପ୍ରସାଦ ରାୟଗୁରୁ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଆର୍. ଶିବଶଙ୍କର ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ପଟ୍ଟନାୟକ ମଞ୍ଚାସିନ ଥିଲେ।

ମଙ୍ଗଳବାର ପ୍ରଦର୍ଶନୀ ସହ ବିଜ୍ଞାନ ବିତର୍କ, ପୈଟିଙ୍ଗ, ଜନ ପ୍ରିୟ ବିଜ୍ଞାନାଲୋଚନା, କୌତୁକ ପୋଷାକ ପ୍ରତିଯୋଗିତା ପରେ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨ ଦିନ ଧରି  ଚାଲିବାକୁ ଥିବା ପ୍ରଦର୍ଶନୀରେ ଜିଲ୍ଲାର ୧୪ଟି ବ୍ଲକର ୮୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି। ଗୋଟିଏ ଲେଖାଏଁ ବ୍ଲକରୁ ୬ଟି ଲେଖାଏଁ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶିତ ହୋଇଥିବା ୮୪ଟି ପ୍ରକଳ୍ପରୁ ଶ୍ରେଷ୍ଠ ୬ଟି ପ୍ରକଳ୍ପ ଅନୁଗୁଳରେ ଆସନ୍ତା ୨୧, ୨୨, ୨୩ ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରିୟ ପ୍ରକଳ୍ପରେ ପ୍ରଦର୍ଶିତ ହେବ ବୋଲି ସୂଚନା ଦିଆଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିର୍ସାନୀ, ଏସଡିପିଆର ଓ ଜଗନ୍ନାଥ ପ୍ରସାଦ ରାୟଗୁରୁ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ  କୁମାର ପଣ୍ଡା, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଆର୍. ଶିବଶଙ୍କର ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ।

Comment