ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅପରେସନ ଗ୍ରୀନ ଡାଇମଣ୍ଡ ମାଧ୍ୟମରେ ରାଜ୍ୟକୁ ଗଞ୍ଜେଇ ମୁକ୍ତ କରିବା ଉଦ୍ଦେଶ୍ୟରେ ଅଣ୍ଟା ଭିଡ଼ିଛନ୍ତି ସରକାରl ବିଭିନ୍ନ ସ୍ଥାନରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିଲା ବେଳେ ଏହି କ୍ରମରେ ମଙ୍ଗଳବାର ସାମିଲ ହୋଇଛି କୋରାପୁଟ।

କୋରାପୁଟ ଜିଲ୍ଲା ବୈପାରୀଗୁଡା, ଚିପକୁର ପଞ୍ଚାୟତରେ  ପ୍ରଶାସନ ପକ୍ଷରୁ ଆଜି ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇଛି।  ମାଜିଷ୍ଟ୍ରେଟ ଭାବେ  ବୈପାରୀଗୁଡା  ତହସିଲଦାର ସଂଜୀବ କୁମାର ସାହୁଙ୍କ ଉପସ୍ଥିତରେ ଚିପକୁରର ଜବା ଗ୍ରାମର ୪୦ ଏକର, ବଡ଼ଖାଦରା ଗାଁରେ ୧୮ଏକର ଓ ଗଲରିଗୁଡାରେ ୩୪ ଏକର, ମୋଟ ୯୨ଏକର  ଗଞ୍ଜେଇ ଚାଷ ନଷ୍ଟ କରିଥିବା ତହସିଲଦାର ସୂଚନା ଦେଇଛନ୍ତିl

ବୈପାରୀଗୁଡା  ବିଏସଏଫ ଓ  ଏସଓଜି ଯବାନ,  ବୈପାରୀଗୁଡା ପୋଲିସ ,ବନବିଭାଗ, ରଜିସ୍ୱ ବିଭାଗ, ସହ  ବୈପାରୀଗୁଡା, ବୋରିଗୁମ୍ମା, ଜୟପୁର, କୋରାପୁଟର  ଅବକାରୀ ବିଭାଗ, କର୍ମକର୍ତ୍ତାମାନେ ଏହି  ଅପରେସନ ଗ୍ରୀନ ଡାଇମଣ୍ଡ ସାମିଲ ଥିଲେl

Comment