ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ୍ ନମ୍ବର ପୋର୍ଟାବିଲିଟି କରିବାକୁ ଚାହୁଁଛନ୍ତି କି? ଏବେ ଆଉ ୭ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି। ମାତ୍ର ୩ଦିନ ଭିତରେ ନିଜ ନମ୍ବରକୁ ପୋର୍ଟାବିଲିଟି କରିପାରିବେ।

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ନୂଆ ଗାଇଡଲାଇନ୍ ଅନୁସାରେ, ଏଣିକି ଲୋକମାନେ ମାତ୍ର ତିନି ଦିନରେ ନିଜର ନମ୍ବରକୁ ପୋର୍ଟାବିଲିଟି କରିପାରିବେ। ଏହି ସେବା ଡିସେମ୍ବର ୧୬ରୁ ଲାଗୁ ହେବାକୁ ଯାଉଛି।

ପୂର୍ବରୁ ଲୋକମାନଙ୍କୁ ମୋବାଇଲ୍ ନମ୍ବର ପୋର୍ଟାବିଲିଟି କରିବାକୁ ୭ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ଯାହାକି ଏବେ ୩ ଦିନରେ ହୋଇପାରିବ।

ଏହି ନିୟମରେ ଗ୍ରାହକମାନେ ମୋବାଇଲ୍ ନମ୍ବର ପୋର୍ଟାବିଲିଟି ପାଇଁ କମ୍ପାନୀକୁ ମେସେଜ୍ କରିବେ। ଏହାର ଠିକ୍ ତିନି ଦିନ ଭିତରେ ଗ୍ରାହକମାନେ ନିଜର ନମ୍ବରକୁ ପୋର୍ଟାବିଲିଟି କରି ପାଇପାରିବେ।

ସୂଚନାଯୋଗ୍ୟ, ମୋବାଇଲ ନମ୍ବର ପୋର୍ଟାବିଲିଟି(ଏମ୍‌ଏନ୍‌ପି) ଜରିଆରେ ଉପଭୋକ୍ତା ନିଜ ନମ୍ବର ନବଦଳାଇ ଅନ୍ୟ ନେଟୱର୍କକୁ ପରିବର୍ତ୍ତନ କରିପାରିବେ। ନିକଟରେ ଜିଓର ମାଗଣା ସେବା ବନ୍ଦ ହେବା ପରେ ଅନେକ ଗ୍ରାହକ ନମ୍ବର ପୋର୍ଟିଂ କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here