ଓଡ଼ିଶାଲାଇଭ୍ ବ୍ୟୁରୋ

ଶସ୍ତାରେ ମୋବାଇଲ୍ କଲ୍ କରିବାର ଯୁଗ ଏବେ ଶେଷ ହୋଇଗଲା। ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ମୋବାଇଲ୍ କଲ୍ ରେଟ କମିବ ନାହିଁ ବୋଲି ଘୋଷଣା କରିଛି ଟ୍ରାଇ।

ଟେଲିକମ୍ ରେଗୁଲେଟୋରୀ ଅଥୋରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ନୂଆ ଘୋଷଣା ଅନୁସାରେ, ୨୦୨୦ ମସିହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଆୟୁସି ରିଚାର୍ଜ କୌଣସି ପ୍ରକାରରେ ଶସ୍ତା ହେବ ନାହିଁ। ଅର୍ଥାତ ଅନ୍ୟ ନେଟୱାର୍କକୁ କଲ୍ କରିବାକୁ ହେଲେ ଆପଣଙ୍କୁ ମିନିଟ୍ ପ୍ରତି ୬ ପଇସା ଦେବାକୁ ପଡ଼ିବ।ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଆଇୟୁସି ରିଚାର୍ଜ ବ୍ୟବସ୍ଥାକୁ ହଟାଇ ଦିଆଯିବ ବୋଲି କୁହାଯାଉଥିଲା। ଏହାପରେ ଅନ୍ୟ ନେଟୱାର୍କକୁ କଲ୍ କଲେ ଗ୍ରାହକଙ୍କୁ ଯେଉଁ ଟଙ୍କା ଦେବାକୁ ପଡୁଛି ତାହା ଦେବାକୁ ପଡ଼ିବନି ବୋଲି କୁହାଯାଉଥିଲା। ତେବେ ଏଭଳି ବ୍ୟବସ୍ଥାକୁ ଆଗାମୀ ଏକ ବର୍ଷ ପାଇଁ ଦୂରେଇ ରଖିଛି ଟ୍ରାଇ।

ବର୍ତ୍ତମାନ ଜିଓଠୁ ଆରମ୍ଭ କରି ଏୟାରଟେଲ୍, ଆଇଡିଆ- ଭୋଡାଫୋନ ପର୍ଯ୍ୟନ୍ତ ଗ୍ରାହକମାନେ ଅନ୍ୟ ନେଟୱାର୍କକୁ କଲ୍ କରିବାକୁ ହେଲେ ମିନିଟ୍ ପ୍ରତି ୬ ପଇସା ଦେବାକୁ ପଡୁଛି। ଯାହା ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି କହିଛି ଟ୍ରାଇ।

Comment