ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶା ଦୂରସଂଚାର ବଜାରରେ ନେତୃତ୍ଵ ସୁଦୃଢ଼ କରିଛି ଜିଓ
  • ଅଗଷ୍ଟ ମାସରେ ଯୋଡ଼ି ହୋଇଛନ୍ତି ୧.୯ ଲକ୍ଷ ନୂଆ ଗ୍ରାହକ
  • ଓଡ଼ିଶାରେ ୪୦ ପ୍ରତିଶତଗ୍ରାହକ ବଜାର ଅଂଶକୁ ଅତିକ୍ରମ କରିଛି
  • ଜିଓ ଫାଇବର୍‌ର ଦ୍ରୁତ ସଂପ୍ରସାରଣ ଘଟୁଛି

ଓଡ଼ିଶା ଦୂରସଂଚାର ବଜାରରେ ନିଜର ନେତୃତ୍ୱକୁ ଅଧିକ ସୁଦୃଢ଼ କରିଛି ରିଲାଏନ୍ସ ଜିଓ। ଚଳିତବର୍ଷ ଅଗଷ୍ଟ ମାସରେ ୧ ଲକ୍ଷ ୯୦ ହଜାରରୁ ଅଧିକ ଗ୍ରହାକ ଜିଓ ସହିତ ଯୋଡ଼ି ହୋଇଛନ୍ତି। ନିକଟରେ ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି।

ଏବେ ଓଡ଼ିଶାରେ ଜିଓର ୪୦.୨୮ ପ୍ରତିଶତ ଗ୍ରାହକ ବଜାର ଅଂଶ ରହିଛି ଏବଂ ରାଜ୍ୟରେ ଏହାର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧.୩୪ କୋଟିକୁ ବୃଦ୍ଧିପାଇଛି ଦେଶର ମାତ୍ର ତିନୋଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନପାଇଛି, ଯେଉଁଠାରେ ଜିଓ ଦୂରସଂଚାର କ୍ଷେତ୍ରରେ ୪୦ ପ୍ରତିଶତ ଗ୍ରାହକ ବଜାର ଅଂଶକୁ ଅତିକ୍ରମ କରିପାରିଛି।

ଟ୍ରାଇ ପକ୍ଷରୁ ୨୦୨୦ ଅଗଷ୍ଟ ମାସ ପାଇଁ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ଓଡ଼ିଶାରୁ ସର୍ବାଧିକ ୧.୯୦ ଲକ୍ଷ ବ୍ୟବହାରକାରୀ ଯୋଗ କରିଛି। ଏହି ସମୟରେ ଉଭୟ ଏୟାରଟେଲ ଏବଂ ବିଏସଏନଏଲ ଗ୍ରାହକ ହରାଇଥିବା ବେଳେଭୋଡାଫୋନ ଆଇଡିଆର ବ୍ୟବହାରକାରୀ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। ଅଗଷ୍ଟରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧.୭୮ ଲକ୍ଷ ବୃଦ୍ଧିପାଇ ୨୦୨୦ ଅଗଷ୍ଟ ୩୧ ସୁଦ୍ଧା ୩.୩୩ କୋଟିରେ ପହଞ୍ଚିଛି।ଜିଓ ନିରବଚ୍ଛିନ୍ନ ଭାବେ ଓଡ଼ିଶା ଏବଂ ସମଗ୍ର ଦେଶରେ ନିଜର ସର୍ବବୃହତ୍ ୪ଜି ନେଟ୍‌ୱର୍କ, ଦ୍ରୁତ ନେଟ୍‌ୱର୍କ ସମ୍ପ୍ରସାରଣ ତଥା ପ୍ରତ୍ୟେକ ବର୍ଗର ଗ୍ରାହକଙ୍କୁ ସୁହାଇବା ଭଳି  ଅଫର ପ୍ରଦାନ କରି ଲକ୍ଷାଧିକ ନୂଆ ବ୍ୟବହାରକାରୀ ଯୋଗ କରିଚାଲିଛି। ଟ୍ରାଇ ପକ୍ଷରୁ  ନିକଟରେ ପ୍ରକାଶିତ ଆର୍ଥିକ ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶାରେ ଜିଓ ମୋଟ ରାଜସ୍ୱ ଆୟ ହିସାବରେ ୫୦ ପ୍ରତିଶତ ବଜାର ଅଂଶ ଅତିକ୍ରମ କରି ଉଭୟ ଗ୍ରାହକ ସଂଖ୍ୟା ଏବଂ ରାଜସ୍ୱ ଆୟଭିତ୍ତିକ ବଜାର ଅଂଶରେ ଏକ ନମ୍ବର ସ୍ଥାନକୁ ସୁଦୃଢ଼ କରିପାରିଛି।

ଜିଓ ନିଜର ୪ଜି ମୋବାଇଲ ନେଟୱର୍କ ସମ୍ପ୍ରସାରଣ କରିବା ସହିତ ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍‍ ସେବା ପ୍ରଦାନକାରୀ ଜିଓ ଫାଇବର୍‍ର ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରୁଛି। ଓଡ଼ିଶାରେ ପର୍ଯ୍ୟାୟକ୍ରମେ ବହୁ ନଗର ଓ ସହରାଞ୍ଚଳରେ ଉପଲବ୍ଧ କରାଯାଉଥିବା ଜିଓ ଫାଇବର୍ ସେବା ବର୍ତ୍ତମାନ ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗିର, ବ୍ରଜରାଜନଗର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭବାନିପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍, କେନ୍ଦୁଝର, ଅନୁଗୁଳ ଏବଂ ଜଟଣୀ ସମେତ ୧୮ଟି ନଗର ଓ ସହରରେ ଉପଲବ୍ଧ ହେଉଛି।ବର୍ତ୍ତମାନର ଆହ୍ୱାନମୂଳକ ସମୟରେ ନିର୍ଭରଯୋଗ୍ୟ ଇଣ୍ଟରନେଟ ସଂଯୋଗ ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି। ଏଭଳି ସ୍ଥିତିରେ ଜିଓ ଫାଇବର୍ ଅତ୍ୟନ୍ତ ସୁଲଭ ମୂଲ୍ୟରେ ବିଭିନ୍ନ ଆକର୍ଷଣୀୟ ସେବା ଯାଗାଇ ଦେଉଛି। ଜିଓ ଫାଇବର୍‍ ପ୍ଲାନ୍‍ଗୁଡିକରେ ଅସୀମିତ ଇଣ୍ଟରନେଟ, ଅସୀମିତ ଭଏସ୍‍ କଲିଂ, ସିମେଟ୍ରିକ ସ୍ପିଡ୍ (ଅପ୍‍ଲୋଡ ସ୍ପିଡ୍ ସହ ସମାନ ଡାଉନଲୋଡ ସ୍ପିଡ୍) ପ୍ରଦାନ କରୁଛି। ଏହି ପ୍ଲାନ୍‌ଗୁଡ଼ିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଛି।

ଜିଓ ଫାଇବର୍ ମଧ୍ୟ ନୂଆ ଗ୍ରାହକଙ୍କ ପାଇଁ ନିଃସର୍ତ୍ତ ୩୦ ଦିନିଆ  ମାଗଣା ଟ୍ରାଏଲ ଯୋଗାଇ ଦେଉଛି। ଏଥିରେ ଗ୍ରାହକଙ୍କୁ ୧୫୦ ଏମବିପିଏସ୍‍ ଏବଂ ଅସୀମିତ ଇଣ୍ଟରନେଟ ସହିତ ୧୦ଟି ପ୍ରିମିୟମ ଓଟିଟି ଆପ୍‍ ମାଗଣାରେ ମିଳୁଛି। ମାଗଣା ଟ୍ରାଏଲ ପରେ  ଗ୍ରାହକ ଯଦି ଚାହାନ୍ତି ତେବେ ତାହାକୁ ଫେରସ୍ତ ନେବାର ବିକଳ୍ପ ମଧ୍ୟ ରଖାଯାଇଛି।

Comment