ଓଡ଼ିଶାଲାଇଭ୍ ବ୍ୟୁରୋ

  • ୪୦ କୋଟି ଗ୍ରାହକ ସଂଖ୍ୟା ଅତିକ୍ରମ କରିବାରେ ଜିଓ ଦେଶରେ ପ୍ରଥମ
  • ୪ଜି ଡାଉନଲୋଡ ସ୍ପିଡ୍ ଚାର୍ଟରେ ଶୀର୍ଷ ସ୍ଥାନରେ ଜିଓ

ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜୁଲାଇ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୨.୧୫ ଲକ୍ଷ ନୂଆ ଗ୍ରାହକ ଯୋଗ କରିବା ସହିତ ରାଜ୍ୟରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଏକ ନମ୍ବର ସ୍ଥାନକୁ ଅଧିକ ସୁଦୃଢ଼ କରିଛି।

ଏଥିସହିତ ଜିଓ ସମ୍ପ୍ରତି ଓଡ଼ିଶାରେ ପ୍ରାୟ ୪୦ ପ୍ରତିଶତ ଗ୍ରାହକ ବଜାର ଅଂଶ ଦଖଲ କରିଛି ଏବଂ ରାଜ୍ୟରେ ସର୍ବାଧିକ ଗ୍ରାହକ ଏବଂ ରାଜସ୍ଵ ବଜାର ଅଂଶ ସହିତ ଅଗ୍ରଣୀ ସ୍ଥାନରେ ରହିଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୦ ଜୁଲାଇ ମାସରେ ଓଡ଼ିଶାରେ ଭୋଡାଫୋନ ଆଇଡିଆ(ଭିଆଇ) ୯୦,୦୦୦ରୁ ଅଧିକ ଗ୍ରାହକ ହରାଇଥିବାବେଳେ ତାହା ପଛକୁ ଭାରତୀ ଏୟାରଟେଲ ସେହି ସମୟରେ ପ୍ରାୟ ୪୧୦୦୦ରୁ ଅଧିକ ଗ୍ରାହକ ହରାଇଛି। ଜିଓ ବ୍ୟତୀତ କେବଳ ବିଏସଏନଏଲ ଅନ୍ୟତମ ସେବା ଯୋଗାଣକାରୀ ଭାବରେ ଜୁଲାଇରେ ରାଜ୍ୟରେ ୪୧୦୦୫ ନୂଆ ଗ୍ରାହକ ଯୋଗ କରିଛି।

୨୦୨୦ ଜୁଲାଇ ମାସ ନିମନ୍ତେ ଟ୍ରାଇ ପକ୍ଷରୁ ପ୍ରକାଶିତ ମୋବାଇଲ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ ରାଷ୍ଟ୍ରୀୟ ସ୍ତରରେ ଜିଓ ୩.୫ ନିୟୁତରୁ ଉର୍ଦ୍ଧ୍ୱ ନୂଆ ଗ୍ରାହକ ଯୋଗକରିବା ସହିତ ଦେଶର ପ୍ରଥମ ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ୪୦ କୋଟି ମୋଟ ଗ୍ରାହକ ସଂଖ୍ୟା ଅତିକ୍ରମ କରିଛି।

ଏଥିସହିତ ଟ୍ରାଇ ପକ୍ଷରୁ ତାହାର ମାଇଁସ୍ପିଡ୍ ପୋର୍ଟାଲରେ ପ୍ରକାଶିତ ୪ଜି ସ୍ପିଡ୍ ସାରଣୀରେ ମଧ୍ୟ ଜିଓ ସେପ୍ଟେମ୍ବରରେ ୧୯.୩ ଏମବିପିଏସ୍ ସ୍ପିଡ ସହିତ ୪ଜି ଡାଉନଲୋଡ ସ୍ପିଡ୍ ସାରଣୀରେ ପୁନର୍ବାର ଶୀର୍ଷରେ ରହିଛି, ଯାହା ସେପ୍ଟେମ୍ବରରେ ଭାରତୀ ଏୟାରଟେଲର ଡାଉନଲୋଡ ସ୍ପିଡ୍ ୭.୫ ଏମବିପିଏସ୍ ତୁଳନାରେ ଅଢେଇ ଗୁଣରୁ ଅଧିକ ରହିଛି।ଜିଓ ଉଭୟ ଓଡ଼ିଶା ଏବଂ ସମଗ୍ର ଦେଶରେ ଦ୍ରୁତ ନେଟୱର୍କ ସମ୍ପ୍ରସାରଣ, ଏପର୍ଯ୍ୟନ୍ତ ଅଣସଂଯୁକ୍ତ ରହିଥିବା ଅଞ୍ଚଳକୁ ସଂଯୁକ୍ତ କରିବା ଏବଂ ଆକର୍ଷଣୀୟ ଭାଲ୍ୟୁ ଫର୍ ମନି ଅଫର୍ ତଥା ପ୍ରତ୍ୟେକ ଶ୍ରେଣୀର ଗ୍ରାହକଙ୍କ ପାଇଁ ସର୍ବୋତ୍ତମ ସୁବିଧା ପ୍ରଦାନ ଜରିଆରେ ଏହାର ସର୍ବବୃହତ ୪ଜି ନେଟୱର୍କରେ ନିରନ୍ତର ଭାବରେ ଲକ୍ଷ ଲକ୍ଷ ସଂଖ୍ୟାରେ ନୂଆ ଗ୍ରାହକ ଯୋଗ କରିଆସୁଛି।

ଟ୍ରାଇ ପକ୍ଷରୁ ଏହି କ୍ଷେତ୍ର ଉପରେ ପ୍ରସ୍ତୁତ ଜୁନ୍ ତ୍ରୟୋମାସ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱରେ ଜିଓ ୫୦ ପ୍ରତିଶତ ବଜାର ଅଂଶକୁ ଟପିଯାଇଛି ଏବଂ ଉଭୟ ଗ୍ରାହକ ସଂଖ୍ୟା ତଥା ରାଜସ୍ୱ ବଜାର ଅଂଶ କ୍ଷେତ୍ରରେ ନିଜର ଅଗ୍ରଣୀ ସ୍ଥାନକୁ ସୁଦୃଢ କରିଛି।

ନିକଟରେ ଜିଓ ତାହାର ଜିଓପୋଷ୍ଟପେଡ ପ୍ଲସ୍ ପ୍ଲାନ ଘୋଷଣା କରିଥିଲା, ଯେଉଁଥିରେ ସମସ୍ତ ସଂଯୋଗ କ୍ଷେତ୍ରରେ ଉନ୍ନତତର ସେବା, ମନୋରଂଜନ ଏବଂ ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ପୋଷ୍ଟପେଡ ପ୍ଲସ ପ୍ଲାନଗୁଡିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏଥିରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ୍, ଡିଜ୍ନି+ ହଟଷ୍ଟାର ଭିଆଇପି ପ୍ରମୁଖ ଓଟିଟି ଆପ୍ ସବ୍‌କ୍ରିପସନ ସମ୍ମିଳିତ ଭାବେ ଉପଲବ୍ଧ କରାଯାଇଛି।

ଏଥିସହିତ ଏହା ସମୁଦାୟ ପରିବାର ନିମନ୍ତେ ଏକକ ବିଲ୍ ସୁବିଧା ପ୍ରଦାନ କରୁଛି। ଏଥିରେ ନିର୍ଭରଯୋଗ୍ୟ ଏବଂ ଉଚ୍ଚମାନର ସଂଯୋଗ, ଅସୀମିତ ପ୍ରିମିୟମ ମନୋରଂଜନ, ନିର୍ବିଘ୍ନ ଏବଂ ସୁଲଭ ଆନ୍ତର୍ଜାତିକ ରୋମିଂ, ଅଗ୍ରଣୀ ଅଭିନବ ବୈଶିଷ୍ଟ୍ୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଉଥିବା ଉତ୍କୃଷ୍ଟ ଗ୍ରାହକ ଅନୁଭୂତି ଆଦି ସହିତ ଏକାଧିକ ନୂତନ ବୈଶିଷ୍ଟ୍ୟ ସନ୍ନିବେଶିତ ହୋଇଛି। ଜିଓ ପୋଷ୍ଟପେଡ ପ୍ଲସ୍ ପ୍ଲାନ ସମଗ୍ର ଓଡ଼ିଶାରେ ଉପଲବ୍ଧ ହେଉଛି ଏବଂ ଗ୍ରାହକମାନେ ମାଗଣା ହୋମ୍ ଡେଲିଭରୀ ଜରିଆରେ ସେମାନଙ୍କ ସିମ୍ ନିମନ୍ତେ ଅର୍ଡର ଦେଇପାରିବା ବ୍ୟବସ୍ଥା ମଧ୍ୟ ରହିଛି।

Comment