ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତବର୍ଷ ନଭେମ୍ବର ମାସରେ ଓଡ଼ିଶାରେ ରିଲାଏନ୍ସ ଜିଓ ଯୋଡ଼ିଲା ୨.୩ ଲକ୍ଷରୁ ଅଧିକ ନୂତନ ଗ୍ରାହକ। ଟ୍ରାଇ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଜିଓର ଗ୍ରାହକ ସଂଖ୍ୟା ୧.୧୯ କୋଟିକୁ ଟପିଛି।

ଓଡ଼ିଶାରେ ରିଲାଏନ୍ସ କମ୍ପାନିର ୪ଜି ସେବାର ଦ୍ରୁତ ସଂପ୍ରସାରଣ, ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ କମ୍ପାନିର ୪ଜି ସେବା ଉପଲବ୍ଧତା ଏବଂ ଗ୍ରମାଞ୍ଚଳ ଓ ମଧ୍ୟମ ସହରାଞ୍ଚଳରେ ଅତ୍ୟନ୍ତ ଲୋକପ୍ରିୟ ତଥା ସୁଲଭ ମୂଲ୍ୟରେ ଉପଲବ୍ଧ ଏହାର ‘ଜିଓଫୋନ୍‌- ଭାରତର ସ୍ମାର୍ଟଫୋନ’କୁ ନେଇ ଜିଓ’ର ଗ୍ରାହକ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି।

ଟ୍ରାଇ ରିପୋର୍ଟ ଅନୁଯାୟୀ, ଜିଓ, ବିଏସ୍‌ଏନ୍‌ଏଲ ହେଉଛି ଏକମାତ୍ର କମ୍ପାନି ଯାହାକି ଗତ ନଭେମ୍ବରରେ ଓଡ଼ିଶାରେ ୭୨୫୫୫  ନୂତନ ଗ୍ରାହକ ଯୋଡ଼ିପାରିଛି। ଅନ୍ୟପକ୍ଷରେ ଏହି  ମାସରେ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ଓଡ଼ିଶାରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଛନ୍ତି। ଭୋଡାଫୋନ୍ ଆଇଡିଆ ୪.୮ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଏୟାରଟେଲ ୩୬୦୦୦ ଗ୍ରାହକ ହରାଇଛି। ନଭେମ୍ବର ମାସରେ ରାଜ୍ୟରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୨.୧୬ ଲକ୍ଷ ହ୍ରାସ ଘଟି ମୋଟ ଗ୍ରାହକଙ୍କ ସଂଖ୍ୟା ୩.୩୨ କୋଟିରେ ପହଞ୍ଚିଛି ବୋଲି ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଛି।

Comment