ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଏନସିପି ସହିତ ମେଣ୍ଟ କରିବା ପାଇଁ ବିଜେପିର ଆଗ୍ରହ ଓ ଯଚାଯଚି ବିଷୟ ଏବେ ଆସ୍ତେ ଆସ୍ତେ ପଦାକୁ ଆସୁଛି। ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ମହାରାଷ୍ଟ୍ରରେ ମିଳିତ ସରକାର ଗଠନ ନେଇ ପ୍ରସ୍ତାବ ଦେଇଥିଲେ ସେତେବେଳେ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ପଦର ଲୋଭ ଦେଖାଇ ଦିଆଯାଇଥିଲା।

ନିଜେ ସୁଲେ ଏବେ ଏକଥା ସ୍ୱୀକାର କରିଛନ୍ତି। ସୁଲେ କହିଛନ୍ତି ଯେ ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ପ୍ରସ୍ତାବ ଦେଇଥିଲେ। ତାହା ତାଙ୍କର ବଡ଼ପଣ। ମୁଁ ଏଥିପାଇଁ ତାଙ୍କ ନିକଟରେ ଋଣୀ ବୋଲି ସୁପ୍ରିୟା କହିଛନ୍ତି।

ଏହି ପ୍ରସ୍ତାବକୁ ଅବଶ୍ୟ ଶରଦ ପାୱାର ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏକାଠି କାମ କରିବା ପାଇଁ ମୋଦୀଙ୍କ ପ୍ରସ୍ତାବକୁ ସମ୍ମାନ ଦେଇ ସୁପ୍ରିୟା କହିଛନ୍ତି ଯେ ପରିବର୍ତ୍ତିତ ପରିସ୍ଥିତିରେ ତାହା ଆଉ ସମ୍ଭବ ନୁହେଁ।

ଅଜିତ ପାୱାର ଯେତେବେଳେ ଦେବେନ୍ଦ୍ର ଫଡନାଭିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେହି ସମୟରେ ସୁପ୍ରିୟା ମନ୍ତବ୍ୟ ଦେଇ କହିଥିଲେ ଯେ ‘ଦଳ ଓ ଘର ବାଣ୍ଟି ହୋଇଗଲା।’

Comment