ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ୟାଙ୍କରୁ ଋଣ ନେଇ ନସୁଝିବା ଓ ଦେଶ ଛାଡ଼ି ଚାଲିଯାଇଥିବା ୫୧ ଜଣ ବ୍ୟବସାୟୀ ବିଭିନ୍ନ ବ୍ୟାଙ୍କକୁ ୧୭ ହଜାର ୯୦୦ କୋଟି ଟଙ୍କାର ଚୂନ ଲଗାଇଛନ୍ତି। ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆର୍ଥିକ ଅପରାଧରେ ଜଡ଼ିତ ଏହି ଶିଳ୍ପପତିମାନେ ଏକାଧିକ ବ୍ୟାଙ୍କରୁ ଋଣ ଆଣିଥିଲେ ଓ ତାହାକୁ ସୁଝି ନପାରି ଦେଶ ଛାଡ଼ି ଦେଇଥିଲେ।

କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ‘ଭାଗୁ ଆର୍ଥିକ ପଳାତକ’ଙ୍କ ଉପରେ ରାଜ୍ୟସଭାରେ ଏହି ତଥ୍ୟ ଦେଇଥିଲେ।

ସିବିଆଇ ପକ୍ଷରୁ ଯେଉଁ ୬୬ଟି ଆର୍ଥିକ ଅପରାଧ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୫୧ ଜଣ ଦେଶ ଛାଡ଼ି ପଳାଇଥିବା ବେଳେ ଏମାନଙ୍କୁ ପ୍ରତ୍ୟାର୍ପଣ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Comment