ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଝି ରାସ୍ତା ଉପରେ ଜଣେ ରୋମିଓଙ୍କୁ ବହେ ଛେଚିଛନ୍ତି ଯୁବତୀ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ଜୟପୁର ସହରର ଜୟନଗର ପାର୍କ ନିକଟରେ।

ମଙ୍ଗଳବାରର ଘଟଣା। ଯୁବତୀ ଜଣକ କୋଚିଂରୁ ଫେରୁଥିବା ବେଳେ  ଜଣେ ରୋଡ ରୋମିଓ ବାଇକରେ ବସି ତାଙ୍କୁ କମେଣ୍ଟ ମାରୁଥିଲେ। ସେହି ସମୟରେ ଯୁବତୀ ଜଣକ ସଙ୍ଗେ ସଙ୍ଗେ ରୋଡ ରୋମିଓକୁ ଗୋଡାଇ ଗୋଡାଇ  ମାଡ ମାରିଥିଲେ।

ଯୁବତୀଙ୍କ ଯୁବକ ମାଡ଼ ମାରୁଥିବା ବେଳେ କେହି ଜଣେ ଏହାକୁ ମୋବାଇଲରେ ରେକର୍ଡିଂ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

Comment