ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳ ଏନ୍‌ଏଚ୍‌-୧୬ରୁ ସିଗାରେଟ୍‌ ଟ୍ରକ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କଲା ଟାଙ୍ଗୀ ପୋଲିସ। ସିଗାରେଟ୍‌ ଚୋରି କରିଥିବା ୨ ଜଣ ବ୍ୟବସାୟୀଙ୍କୁ ଟାଙ୍ଗୀ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶର ଅମିତ ଚୌଧୁରୀ ଓ ଅମିତ ଗୁପ୍ତା।

ଲୁଟ୍‌ ହୋଇଥିବା ସିଗାରେଟ୍‌ର ଦାମ୍‌ ପାଖାପାଖି ୨ କୋଟି ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ଅନୁସାରେ, ନଭେମ୍ବର ୪ରେ ହାଇଦ୍ରାବାଦରୁ କଲିକତା ଅଭିମୁଖେ ଭଜିରୋ ସୁଲତାନ ଟ୍ରାନ୍ସପୋର୍ଟ କମ୍ପାନିର ଦାମୀ ସିଗାରେଟ୍‌ କଣ୍ଟେନର ଆସୁଥିଲା। ଏକ ଡକାୟତ ଦଳ ଟ୍ରକ୍‌ ଆଗରେ ରହି ଟ୍ରକ୍‌କୁ ଅଟକାଇଥିଲେ। ଡକାୟତମାନେ ଟ୍ରକ୍‌ ଚାଳକ ରିଙ୍କୁ ଯାଦବ ମୁଣ୍ଡରେ ବନ୍ଧୁକ ଲଗାଇ ଡ୍ରାଇଭରର ହାତ ଗୋଡ଼ ବାନ୍ଧି ନିକଟସ୍ଥ ଉଗ୍ରତାରା ଜଙ୍ଗଲ ନିକଟରେ ଫୋପାଡ଼ି ଦେଇଥିଲେ।

ସକାଳ ହେବା ପରେ ସ୍ଥାନୀୟ ଲୋକ ଟ୍ରକ୍‌ ଚାଳକକୁ ଉଦ୍ଧାର କରିଥିଲେ। ପରେ ଚଳାକ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକାରୀଙ୍କ ଲିଖିତ ଏତଲାକୁ ଭିତ୍ତି କରି ଟାଙ୍ଗୀ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ କରିବା ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ କୋଟିର ସିଗାରେଟ୍‌ ଓ ନଗଦ ୧୦ ଲକ୍ଷ ଟଙ୍କା ଜବତ କରିଛନ୍ତି।

Comment