ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ବିଭିନ୍ନ ସ୍ଥାନରେ ଥିବା ମନ୍ଦିର ତଥା ଦରଘାରେ ଅନେକ ଆଶ୍ଚର୍ଯ୍ୟଜନକ ପରମ୍ପରା ରହିଛି। ଉତ୍ତରପ୍ରଦେଶ ଲକ୍ଷ୍ନୌର ମୂଷାବାଗରେ ରହିଛି ଏକ ଦରଘା। ଏଠାରେ ଚାଦର କିମ୍ବା ଅଗରବତୀ ଜଳାଯାଇ ନ ଥାଏ। ଶ୍ରଦ୍ଧାଳୁ ଏଠାରେ ସିଗାରେଟ୍ ଜଳାଇଥାନ୍ତି। କୁହାଯାଉଛି ଏହି ଦରଘାରେ ସିଗାରେଟ୍ ଜଳାଇବା ଦ୍ୱାରା ନିଜ ମନ ପସନ୍ଦର ଜୀବନସାଥୀ ମିଳିଥାଏ।

ଏହି ଦରଘାରେ ୱିଲ୍ସ୍ ବାବାଙ୍କ ସମାଧୀ ରହିଛି। ଲୋକେ ଶ୍ରଦ୍ଧାରେ ତାଙ୍କୁ ସିଗାରେଟ୍ ବାବା କହିଥାନ୍ତି। କ୍ୟାପଟେନ୍ ୱିଲ୍ସ୍ ଜଣେ ଇଂରେଜ ସୈନ୍ୟ ଥିଲେ। ୧୮୫୭ ସିପାହୀ ବିଦ୍ରୋହ ସମୟରେ ସେ ବାସ କରୁଥିବା ଦୁର୍ଗ ତୋପରେ ଉଡିଯାଇଥିଲା। ଏଥିରେ କ୍ୟାପଟେନ୍ ୱିଲ୍ସ୍‌ଙ୍କ ମୃତ୍ୟୁ ଘଟିଥିଲା। ଏଠାରେ ତାଙ୍କୁ କବର ଦିଆଯାଇଥିଲା।

ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଦୁର୍ଗ ଅପନ୍ତରା ହୋଇ ପଡ଼ି ରହିଲା। ପରେ ୱିଲ୍ସ୍‌ଙ୍କ କବର ମନୋସ୍କାମନା ପୂରଣ ହେଉଥିବା ପ୍ରଚାର ହୋଇଥିଲା। ଫଳରେ ଏହି ସ୍ଥାନକୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା। ମଦ ଓ ସିଗାରେଟ୍ ୱିଲ୍ସ୍‌ଙ୍କର ଅତି ପ୍ରିୟ ଥିବାରୁ ଦରଘାରେ ଶ୍ରଦ୍ଧାଳୁଙ୍କ ଲାଇନ୍‌ ଲାଗିଥିଲା।

ସିଗାରେଟ୍ ଜଳାଇଲେ ନିଜ ମନ ପସନ୍ଦର ଜୀବନସାଥୀ ବୋଲି ଏଠାକାର ଲୋକଙ୍କର ବିଶ୍ୱାସ ରହିଛି। ପ୍ରତିଦିନ ଦରଘାରେ ଅବିବାହିତ ଝିଅ ପୁଅଙ୍କ ଭିଡ଼ ହୋଇଥାଏ।

Comment