ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଜଗା ପ୍ରେମ ଆଗରେ ହାର ମାନିଛି ବୟସ। ସେଇଥିପାଇଁ ତ ୮୦ ବର୍ଷ ବୟସରେ ସାଇକେଲ ଧରି ଉତ୍ତରପ୍ରଦେଶରୁ ବାହାରିଛନ୍ତି ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ। ଯେଉଁ ବସୟରେ ଲୋକ ଠିକ୍ ଭାବେ ଚାଲି ବୁଲି ପାରନ୍ତି ନାହିଁ ସେହି ବୟସରେ ଉତ୍ତରପ୍ରଦେଶ ଫତେପୁର ଜିଲ୍ଲା ଅନ୍ତର୍ଗତ ହସଉପୁର ଗାଁର ଜଗତ ଦାସ ସାଇକେଲ ଧରି ବାହାରିଛନ୍ତି ଠାକୁର ଦର୍ଶନ କରିବାକୁ।

ଜଗତ ଦାସ ହେଉଛନ୍ତି ଜଣେ ସନ୍ନ୍ୟାସୀ। ସେ ସାଇକେଲରେ ଯାତ୍ରା କରି ଦେଶର ଗୋଟିଏ ପ୍ରାନ୍ତରୁ ଆଉ ଏକ ପ୍ରାନ୍ତକୁ ଯାତ୍ରା କରୁଛନ୍ତି। ମାସକ ପୂର୍ବରୁ ସେ ସାଇକେଲ ଧରି ବାହାରି ଥିଲେ ତୀର୍ଥ ପାଇଁ। ପ୍ରଥମେ ଉତ୍ତରାଖଣ୍ଡ ଗଙ୍ଗୋତ୍ରୀ ଗୋମୁଖରୁ ଜଳ ନେଇ ସେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଙ୍କୁ ଦର୍ଶନ କରି ଜଳ ଲାଗି କରିଥିଲେ। ଏହା ପରେ ସେ ଶ୍ରୀ ଜନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଅଭିମୁଖେ ବାହାରି ଥିଲେ।

ପୁରୀକୁ ଯିବା ବାଟରେ ସେ କିଛି ସମୟ ପାଇଁ ବୌଦ୍ଧ ଜିଲ୍ଲାରେ ଅଟକି ଥିଲେ। ସନ୍ନ୍ୟାସୀ ଜଣଙ୍କୁ ସାଇକେଲରେ ଯାତ୍ରା କରୁଥିବା ଦେଖି ସ୍ଥାନୀୟ କିଛି ଯୁବକ ତାଙ୍କ ସହ କଥା ହେବା ସମୟରେ ଜାଣିବାକୁ ପାଇଥିଲେ ଜଗତ ଦାସ ସାଇକେଲରେ ପୁରୀ ଅଭିମୁଖେ ଯାତ୍ରା କରୁଛନ୍ତି ବୋଲି। ପୁରୀରେ ପହଞ୍ଚି ପ୍ରଥମେ ସେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହା ପରେ ସେ ରାମେଶ୍ଵରଙ୍କଠାରେ ଜଳାଭିଷେକ କରିବେ ବୋଲି କହିଥିଲେ।

Tags: #Sannyasi #UttarpradeshToPuri #ShreeJagannathDarshan

Comment