ଓଡ଼ିଶାଲାଇଭ୍ ବ୍ୟୁରୋ

 

ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଅଟକି ରହିଛି। ଏହି ୫ଟି ରାଜ୍ୟରେ ନିର୍ବାଚନ ସରିଥିବାବେଳେ ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ହେବ। ସକାଳ ୮ଟାରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବେଲ୍ଟର ଓ ପରେ ଇଭିଏମ୍ ଭୋଟିଂର ଗଣତି କରାଯିବ।

୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବାବେଳେ କିଏ ହାରିବ ଏବଂ କିଏ ବାଜି ମାରିବ ସେ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଖାସ କରି ସମସ୍ତଙ୍କ ନଜର ରହିଛି ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ନିର୍ବାଚନ ଉପରେ।

ଉତ୍ତର ପ୍ରଦେଶର ୪୦୩ଟି ବିଧାନସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ କରିଥିଲେ ଭୋଟର। ଭୋଟ ଗଣତି ପୂର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭୋଟ ଗଣତି ସମୟରେ ଗଣତି କେନ୍ଦ୍ରଗୁଡ଼ିକରେ ପୋଲିସ ଫୋର୍ସ ମୁତୟନ ହେବା ସହ ସିସିଟିଭି ବ୍ୟବସ୍ଥା କରାଯାଇଛି। ଏହି ସମୟରେ କୌଣସି ଗୋଷ୍ଠୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଉତ୍ତର ପ୍ରଦେଶ ଏଡିଜି ପ୍ରସାନ୍ତ କୁମାର ସୂଚନା ଦେଇଛନ୍ତି।

Tag: #Election #AssembleElection2022 #UP #Panjab #Uttarakhand #Goa #Manipur

Comment