ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆ ଯେତେ ଆଗେଇଲେ ବି ଭୂତ ପ୍ରେତର ଭୟ ଓ ବିଶ୍ୱାସ ମଣିଷ ମନରୁ ଏବେବି ଯାଇନି। କେଉଁଠି ନା କେଉଁଠି ଭୂତର କାଣ୍ଡକୁ ନେଇ ରୋଚକ ଖବର ସବୁ ଶୁଣିବାକୁ ମିଳୁଛି। ନିକଟରେ ଏକ କଥା ସାମ୍ନାକୁ ଆସିଛି। ଏକ ଭୂତକୁ ଶାନ୍ତ କରିବାକୁ ଲୋକେ ଦେଉଛନ୍ତି ମଦ, ସିଗାରେଟ୍ ଓ ପାଣି ବୋତଲ। ଏକଥା ବିଶ୍ୱାସ ନହେଲେ ବି ସତ।

ହିମାଚଳ ପ୍ରଦେଶର ମନାଲି-ଲେହ ରାସ୍ତାରେ ଗାଟା ଲୁପ୍ସ ନାମକ ଏକ ଅଜବ ଭୂତ ରହୁଛି। ଏଠାରେ ଭୂତର ଏକ ଛୋଟ ଘର ମଧ୍ୟ ରହିଛି। ଏହି ସ୍ଥାନକୁ ଯିବାକୁ ସମସ୍ତେ ଭୟ କରନ୍ତି। ଯିଏ ସେହି ବାଟଦେଇ ଯାଏ ସେଠାରେ ସେ ଭୂତକୁ ମାଦକ ଦ୍ରବ୍ୟ ସହ ପାଣିଥିବା ବୋତଲ ଭେଟି ଦେଇ ଯାଇଥାନ୍ତି।

ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁସାରେ ଦେଢ଼ ଦଶକ ପୂର୍ବେ ଏହି ସ୍ଥାନରେ ଏକ ଟ୍ରକ ଖରାପ ହୋଇଯାଇଥିଲା। ଟ୍ରକ୍ ହେଲପରକୁ ଛାଡି ଡ୍ରାଇଭର ମେକାନିକ ଡାକିବାକୁ ୪୦ କି.ମି ଦୂର ଏକ ସ୍ଥାନକୁ ଯାଇଥିଲେ। ସେହି ସମୟରେ ପାଣିପାଗ ଖରାପ ଯୋଗୁଁ ବରଫ ତୋଫାନ ଫଳରେ ରାସ୍ତା ବନ୍ଦ ହୋଇଯାଇଥିଲା।

ସପ୍ତାହ ପରେ ଝଡ ତୋଫାନ କମିବାରୁ ଡ୍ରାଇଭର ମେକାନିକ ଧରି ସେଠାକୁ ଫେରିଲେ। ସେତବେଳକୁ ଟ୍ରକ ହେଲପର ଭୋକ ଉପାସରେ ମରିଯାଇଥିଲା। ହେଲପରର ଶବ ଟ୍ରକ ଭିତରେ ମିଳିଥିଲା। ଡ୍ରାଇଭର ସେହି ଠାରେ ତାଙ୍କର ଶବ ସତ୍କାର କରିଥିଲେ।

ଏହି ଘଟଣାର କିଛି ଦିନ ପରେ ସେଠାରେ ଅଜବ ଘଟଣା ସବୁ ଘଟିଲା। ଜଣେ ଯୁବକ ହଠାତ୍ ଦେଖାଦେଇ ଲୋକଙ୍କୁ ସିଗାରେଟ, ମଦ ଓ ପାଣି ମାଗିଲା। ଯିଏ ଦେଉନଥିଲା, ତାର ଦୁର୍ଘଟଣାରେ ମୃତ୍ୟୁ ହେଉଥିଲା। ଏକଥା ପ୍ରଚାରିତ ହେଲା ପରେ ସେଠାରେ ଲୋକେ ଭୂତ ପାଇଁ ଘର କରିଥିଲେ ଏବଂ ଯିଏ ଯାଉଥିଲା ସେଠାରେ ସେହି ସବୁ ଜିନିଷ ଦେଇ ରାସ୍ତା ଅତିକ୍ରମ କରୁଥିଲା। ଏହା ପରେ ସେଠାରେ ଆଉ ଦୁର୍ଘଟଣା ଘଟୁନି ବୋଲି ଲୋକେ କହୁଛନ୍ତି।

Comment