ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱପ୍ନ ଆଜି ପୂରା ହୋଇଛି। ହିମାଚଳ ପ୍ରଦେଶର ରୋହତଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସବୁଠୁ ଦୀର୍ଘତମ ସୁଡ଼ଙ୍ଗ ‘ଅଟଳ ଟନେଲ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ ‘ଅଟଳ ଟନେଲ’ ଲଦାଖର ଲାଇଫଲାଇନ ହେବ।

‘‘ଆଜି କେବଳ ଅଟଳ ଜୀଙ୍କର ସ୍ୱପ୍ନ ପୂରଣ ହୋଇନାହିଁ, ବରଂ ହିମାଚଳ ପ୍ରଦେଶର କୋଟି କୋଟି ଲୋକଙ୍କର ଦୀର୍ଘ ଦଶନ୍ଧି ଧରି ଅପେକ୍ଷା ଶେଷ ହୋଇଛି’’, କହିଛନ୍ତି ମୋଦୀ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଟଳ ଟନେଲ ଲେହ, ଲଦାଖର ଲାଇଫ୍ ଲାଇନ୍ ହେବ। ଲେହ-ଲଦାଖ କୃଷକ, ଏବଂ୪ ଯୁବକମାନେ ବର୍ତ୍ତମାନ ଦିଲ୍ଲୀରେ ସହଜରେ ପହଞ୍ଚିପାରିବେ । ‘ଅଟଳ ଟୁନେଲ’ରୁ ମନାଲି ରଏବଂ କିଲଙ୍ଗ ମଧ୍ୟରେ ଦୂରତା ୩ରୁ ୪ ଘଣ୍ଟା ହ୍ରାସ ପାଇବ। ଏହାର ଅର୍ଥ କେବଳ ପାହାଡ଼ି ଅଞ୍ଚଳର ଲୋକେ ବୁଝିପାରିବେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନିର୍ମିତ ଏହି ସୁଡ଼ଙ୍ଗ ପଥ ମନାଲିରୁ ଲେହକୁ ସଂଯୋଗ କରିବ। ସମୁଦ୍ର ପତ୍ତନଠାରୁ ୧୦ହଜାର ଫୁଟ ଉପରେ ନିର୍ମିତ ଏହି ଟନେଲ ନିର୍ମାଣ ପାଇଁ ୧୦ ବର୍ଷ ଲାଗିଛି।ଲେହ-ମନାଲି ହାଇୱେ ଲଦାଖରେ ପହଞ୍ଚିବା ପାଇଁ ୨ଟି ରାସ୍ତା ମଧ୍ୟରୁ ଗୋଟିଏ। ତେବେ ରୋହତଙ୍ଗ ପାସରେ ପ୍ରବଳ ବରଫପାତ ଯୋଗୁଁ ବର୍ଷକୁ ଅଧିକାଂଶ ଦିନ ଏହି ହାଇୱେ ବନ୍ଦ ରହେ। ବର୍ଷକୁ କେବଳ ୪ ମାସ ହିଁ ଏହି ରାସ୍ତା ଦେଇ ଯିବା ଆସିବା କରିହୁଏ। ଲେହ ପହଞ୍ଚିବା ପାଇଁ ବିକଳ୍ପ ରାସ୍ତା ହେଉଛି ଶ୍ରୀନଗର-ଗ୍ରାସ-କାରଗିଲ-ଲେହ ହାଇୱେ। ଜୋଜିଲା ପାସ୍ ଦେଇ ଯାଉଥିବା ଏ ରାସ୍ତାରେ ମଧ୍ୟ ବର୍ଷକୁ ମାତ୍ର ୪ ମାସ ଯାଇ ହୁଏ। ଏହି ଦୁଇଟି ରାସ୍ତା ସାମରିକ ପରିବହନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଏବେ ମନାଲି-ଲେହ ହାଇୱେରେ ଏହି ଟନଲେ ତିଆରି ହେବା ପରେ ସାମରିକ ଦୃଷ୍ଟିରୁ ବେଶ ଲାଭଦାୟକ ହେବ।

Comment