ଓଡ଼ିଶାଲାଇଭ୍ ବ୍ୟୁରୋ

ପିଆଜ ଦର ସାରା ଦେଶରେ ରେକର୍ଡ ଭାଙ୍ଗିଛି। ପ୍ରମୁଖ ସହରରେ ପିଆ କିଲୋ ୧୦୦ ଟପିଲାଣି। କେଉଁଠି ୧୦୦ ଟଙ୍କାରେ ବିକ୍ରି ହେଉଛି ତ ଆଉ କେଉଁଠି ୧୨୦ ଟଙ୍କା ଏବଂ ୧୩୦ ଟଙ୍କାରେ ବିକ୍ରି ହେଉଛି। ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ସଂସଦରେ ଝଡ଼ ବହିଛି।

କେନ୍ଦ୍ର ସରକାର ପିଆଜ ଦର ନିୟନ୍ତ୍ରଣ କରିପାରୁ ନଥିବାରୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ଏପଟେ ଆମ୍‌ ଆଦମୀ ପାର୍ଟିର ଦୁଇ ସାଂସଦ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି।

ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏବଂ ସୁଶିଲ କୁମାର ଗୁପ୍ତା ପିଆଜ ମିଳି ପିନ୍ଧି ସଂସଦ ଆସିଥିଲେ। ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ। ପିଆଜକୁ ନେଇ କେନ୍ଦ୍ର ସରକାର ବଡ଼ ଦୁର୍ନୀତି କରିଥିବା ଆପ୍‌ ସାଂସଦ ଅଭିଯୋଗ କରିଥିଲେ।

କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ମଙ୍ଗଳବାର ଦିନ ଲୋକସଭାରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ନିମ୍ନ ମଧ୍ୟବିତ୍ତ ପରିବାର ପିଆଜ ଦରକୁ ନେଇ ଦହଗଞ୍ଜ ହେଉଥିବା ବେଳେ ସରକାର କୌଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ।

Comment