ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରାବଟୀ ଦିନିକିଆ ମ୍ୟାଚ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି। ଓ୍ଵେବସାଇଟକୁ ଯାଇ କରିପାରିବେ ଆବେଦନ।

ଡିସେମ୍ଵର ୨୨ ତାରିଖରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ କଟକ ବାରବାଟୀରେ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଆଜିଠୁ ଅନଲାଇନ ଟିକେଟ ବୁକିଂ ଆରମ୍ଭ ହୋଇଛି। ଲୋକମାନେ ପେଟିଏମ୍, ବୁକ୍ ମାଇଁ ସୋ’ ଓ ‘ଇନ୍‌ ସାଇଡର୍‌’ ଜରିଆରେ ନିଜର ଟିକେଟ୍ କାଟିପାରିବେ। ବାରବାଟୀ ମ୍ୟାଚ୍ ପାଇଁ ମୋଟ୍ ୮,୧୫୦ଟି ଅନଲାଇନ୍ ଟିକେଟ୍ ରଖାଯାଇଛି।

ଅନଲାଇନ୍‌ ଟିକେଟ ପାଇଁ ଲୋକମାନେ www.bookmyshow.com , www.paytm.inwww.insider.in କୁ ଯାଇ ଟିକେଟ ବୁକିଂ କରିପାରିବେ। ଜଣେ ବ୍ୟକ୍ତି ନିଜର ପରିଚୟ ପତ୍ର ସହ ଅନଲାଇନ୍ ଜରିଆରେ ଟଙ୍କା ପଠାଇ ଟିକେଟ୍ ବୁକ୍ କରିପାରିବେ। ଜଣେ ଲୋକ ସର୍ବାଧିକ ୨ଟି ଟିକେଟ୍ କିଣିପାରିବେ। ତେବେ ଅନଲାଇନ୍ ବ୍ୟତୀତ ଡିସେମ୍ବର ୧୯ରୁ ଅଫ୍‌ଲାଇନରେ ବି ଟିକେଟ୍ କିଣିପାରିବେ କ୍ରିକେଟ୍‌ପ୍ରେମୀ।

ଟିକେଟ ଦାମ୍‌

  • ଗ୍ୟାଲେରୀ ନମ୍ଵର-୨ – ୫୦୦ ଟଙ୍କା (ଜିଏସ୍‌ଟି ୧୮ ପ୍ରତିଶତ)
  • ଗ୍ୟାଲେରୀ ନମ୍ଵର-୪ – ୫୦୦ ଟଙ୍କା (ଜିଏସ୍‌ଟି ୧୮ ପ୍ରତିଶତ)
  • ଗ୍ୟାଲେରୀ ନମ୍ଵର-୬ – ୪୦୦ ଟଙ୍କା
  • ନ୍ୟୁ ପାଭେଲିୟନ ପ୍ରଥମ ମହଲା – ୫,୦୦୦ ଟଙ୍କା (ଜିଏସ୍‌ଟି ୧୮ ପ୍ରତିଶତ)
  • ସ୍ପେଶାଲ ଏନକ୍ଲୋଜର (ଏ) – ୩,୦୦୦ ଟଙ୍କା (ଜିଏସ୍‌ଟି ୧୮ ପ୍ରତିଶତ)
  • ଏସି ବକ୍ସ ଗ୍ୟାଲେରୀ ନମ୍ଵର-୪ – ୫,୦୦୦ (ଜିଏସ୍‌ଟି ୧୮ ପ୍ରତିଶତ)

Comment