ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ବଢୁଥିବା ଦୁଷ୍କର୍ମ ମାମଲାକୁ ଦୃଷ୍ଟିରେ ମୋଦୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଦେଶ ସାରା ସବୁ ଥାନାରେ ସ୍ୱତନ୍ତ୍ର ମହିଳା ଡେସ୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଡେସ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଭୟା ପାଣ୍ଠିରୁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ନିୟମ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେବ।

ମହିଳା ଡେସ୍କରେ ଅଧିକ ସଂଖ୍ୟାରେ ମହିଳା ପୋଲିସ କର୍ମଚାରୀ ନିୟୋଜିତ ହେବେ। ମହିଳା ଡେସ୍କକୁ ଯେଉଁ ମହିଳାମାନେ ଅଭିଯୋଗ ଆଣି ଆସିବେ ସେମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here