ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେବାଶ୍ରମରେ ସପ୍ତମ ଶ୍ରେଣୀର ଛାତ୍ରୀ ହେଲେ ୩ ମାସର ଗର୍ଭବତୀ। କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣି ଉନ୍ନୀତ ଉଚ୍ଚ ପ୍ରାଥମିକ ସେବାଶ୍ରମରେ ଏହି ଘଟଣା ଘଟିଛି। ଛାତ୍ର ଜଣକ ୩ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।

ଏନେଇ ଜୟପୁର  ସଦର ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।  ଗୁରୁବାର ଏହି ଘଟଣା  ଲୋକଲୋଚନକୁ ଆସିବାପରେ ପ୍ରଶାସନିକ  ଅଧିକାରୀ ଆଇଟିଡିଏର ପିଏ ଗୋପିନାଥ ସାରକା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ରାଜଶ୍ରୀ ଦାସ ଓ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଗାୟତ୍ରୀ ଦେବୀ ଆଶ୍ରମରେ ପହଞ୍ଚି ଉକ୍ତ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ ସେବାଶ୍ରମରେ  ପ୍ରଥମରୁ  ସପ୍ତମ  ଯାଏ ଶ୍ରେଣୀ ଥିବା ବେଳେ ୨୯୬ ଛାତ୍ର ଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ଏଥିମଧ୍ୟରୁ ୧୭୭ ଜଣ ହୋଷ୍ଟେଲରେ ରହୁଥିବା ବେଳେ ଏଥିରୁ ୪୦ ଜଣ ବାଳକ ଅଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦୋଷୀକୁ ଧରି ଦଣ୍ଡ ଦିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି।

Comment