ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦେଶୀ ବାଲୁକା ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ମୁଖ୍ୟମନ୍ତ୍ରୀ ୬ଜଣ ବିଦେଶୀ ବାଲୁକାଶିଳ୍ପୀଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି।

କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା କୂଳରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ଆମେରିକା, କାନାଡା, ରୁଷିଆ, ଆୟର୍ଲାଣ୍ଡ, ଡେନମାର୍କ ଓ ଟୋଗୋରରୁ ଆସିଥିବା ୬ ଜଣ ବିଦେଶୀ ବାଲୁକାଶିଳ୍ପୀ ଭାଗ ନେଇଥିଲେ। ଗୁରୁବାର ମୁଖ୍ୟମନ୍ତ୍ରୀ ଏହି ଶିଳ୍ପୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର କଳା, ସଂସ୍କୃତି ନେଇ ଆଲୋଚନା କରିଥିଲେ।

ଡିସେମ୍ବର ୧ରୁ କୋଣାର୍କରେ ହୋଇଥିବା ବାଲୁକା କଳା ଉତ୍ସବ ଗୁରୁବାର ଶେଷ ହୋଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ମୋଟ୍ ୧୨୧ ଜଣ ବାଲୁକା ଶିଳ୍ପୀ ସାମିଲ ହୋଇଥିଲେ। ବାଲୁକା କଳା ଉତ୍ସବରେ ଭିନ୍ନ ଭିନ୍ନ ପ୍ରକାରର ବାଲୁକା କଳା ଦେଖିବାକୁ ମିଳିଥିଲା। ୫ ଦିନରେ ୫ଟି ଥିମ୍‌କୁ ନେଇ ବାଲୁକା ଶିଳ୍ପୀମାନେ ବାଲୁକା କଳା ପ୍ରଦର୍ଶନ କରିଥିଲେ।

ବିଦେଶୀ ବାଲୁକା ଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସମୟରେ ତାଙ୍କ ସହ ଓଡ଼ିଶା ପର୍ଯ୍ୟଟନ ବିକାଶର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିଷ୍ଣନ୍ ପ୍ରମୁଖ ଉପସ୍ଥିତ ଥିଲେ।

Comment