ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ମନ୍ତ୍ରିମଣ୍ଡଳ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ଲୋକସଭା ଓ ବିଧାନସଭାଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆଉ ଦଶ ବର୍ଷ ବଢାଇଦିଆଯିବ। ବୁଧବାର ଦିନ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏହି ସଂରକ୍ଷଣ ଆଉ ଦଶ ବର୍ଷ ଚାଲୁ ରହିବ। ଏହି ଶ୍ରେଣୀର ସାଂସଦ ଓ ବିଧାୟକଙ୍କ ସଂରକ୍ଷଣ ୨୫ ଜାନୁଆରୀ ୨୦୨୦ରେ ଶେଷ ହେବା ପାଇଁ ଯାଉଛି।

ଖବର ଅନୁସାରେ ସଂସଦର ଚଳିତ ଅଧିବେଶନରେ ଏ ସମ୍ପର୍କରେ ଏକ ବିଲ୍‌ ଆସିବ। ଲୋକସଭା ଓ ବିଧାନସଭା ପାଇଁ ସଂରକ୍ଷଣ ବ୍ୟବସ୍ଥା ସମ୍ବିଧାନ ସଂଶୋଧନ ଦ୍ୱାରା ହୋଇଥାଏ। ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ରାଜ୍ୟ ସରକାରମାନେ ସ୍ଥିର କରିଥାନ୍ତି।

Comment