ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରାଇଫ୍ରୁଟ୍ସ ଖାଇବା ଯେତିକି ସ୍ୱାଦିଷ୍ଟ ସେତିକି ଲାଭଦାୟକ। ଶୀତଦିନେ କାଜୁ, ପିସ୍ତା, ଆଲମଣ୍ଡ ଭଳି ଡ୍ରାଇଫ୍ରୁଟ୍ସ ଖାଇବା ଅତ୍ୟନ୍ତ ଭଲ।

ଆଲମଣ୍ଡରେ ପ୍ରୋଟିନ୍‌, ଫାଇବର, ଓମେଗା-୩, ଓମେଗା -୬, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, କ୍ୟାଲସିୟମ୍‌, ଭିଟାମିନ୍‌-ଇ ଭଳି ମହତ୍ୱପୂର୍ଣ୍ଣ ତତ୍ୱ ଭରି ରହିଥାଏ। ଆଲମଣ୍ଡକୁ ଯେମିତି ବି ଖାଆନ୍ତୁ, ଏହା ସ୍ଵାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।

ପିସ୍ତାରେ ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌, କପର ଓ ଭିଟାମିନ୍‌ ବି ଭଳି ପୋଷକ ତତ୍ୱ ଭରି ରହିଛି। ପିସ୍ତା ସେବନ କଲେ କୋଲେଷ୍ଟ୍ରଲ୍‌ କମ୍‌ ହୋଇଥାଏ ଏବଂ ହାର୍ଟ ସହ ଜଡ଼ିତ ସମସ୍ୟାର ସମ୍ଭାବନା କମ୍‌ ହୋଇଥାଏ।

ପ୍ରତିଦିନ କିସ୍‌ମିସ୍‌ ଖାଇଲେ ଶରୀରରେ ରକ୍ତର ଅଭାବ ଦେଖାଦିଏ ନାହିଁ। ଏହାଛଡ଼ା କିସ୍‌ମିସ୍‌ ଖାଇଲେଏନିମିଆ ଭଳି ସମସ୍ୟାର ସମାଧାନ ହୋଇଥାଏ। କିସ୍‌ମିସ୍‌ରେ ପ୍ରସ୍ତୁତ ଥିବା ଗ୍ଲୁକୋଜ ଓ ପ୍ରକ୍ଟୋଜ୍‌ ଶରୀରକୁ ଶକ୍ତି ଯୋଗାଇଥାଏ।

କାଜୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କାଜୁରେ ପ୍ରସ୍ତୁତ ଥିବା ଆଣ୍ଟିଏଜିଙ୍ଗ ତତ୍ୱ ଆପଣଙ୍କ ତ୍ୱଚାକୁ ସୁନ୍ଦର ଏବଂ ଚିକ୍କଣ ରଖିଥାଏ। କାଜୁକୁ ଖାଇବା ଫଳରେ ତ୍ଵଚାରେ ବୟସର ଛାପ ପଡ଼ି ନଥାଏ।

ମସ୍ତିଷ୍କ ପାଇଁ ଅଖରୋଟ୍‌ ବେଶ୍‌ ଲାଭଦାୟକ। ଏହାକୁ ନିୟମିତ ଭାବେ ଖାଇଲେ କେଶ ସୁସ୍ଥ ରହିବା ସହ ତ୍ୱଚାରେ ଚମକ ଆସିଥାଏ।

LEAVE A REPLY

Please enter your comment!
Please enter your name here