ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୨୦ ଆସନରେ ଆଜି ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ।

ରାଜ୍ୟର ୨୦ଟି ଆସନରେ ୨୬୦ ଜଣ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏହି ପର୍ଯ୍ୟାୟରେ ମୋଟ ୪୮, ୨୫, ୩୮ ଜଣ ଭୋଟର ଅଛନ୍ତି। ଏଥସହ ସମସ୍ତ ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଏଥିରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଜାମସେଦପୁର ପୂର୍ବ ଆସନ ମଧ୍ୟ ସାମିଲ ଅଛି। ତାଙ୍କ ବିରୋଧରେ ସରଯୁ ରାୟ ନିର୍ବାଚନ ପଡ଼ିଆରେ ଓହ୍ଲାଇଛନ୍ତି। ରାଜ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହେବ। ଡିସେମ୍ବର ୨୦ରେ ମତଦାନ ଶେଷ ହେବାର ୨ ଦିନ ପରେ ଅର୍ଥାତ ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ।

Comment