ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚାରିପଟୁ ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ସିଂହଦ୍ୱାରଠାରୁ ଭଜନ ମଣ୍ଡପ ଯାଏଁ ପ୍ରଥମେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଚିହ୍ନ ଦିଆଯାଇଥିଲା, ସେହି ଅନୁଯାୟୀ ରବିବାର କିଛି ଅସ୍ଥାୟୀ ନିର୍ମାଣକୁ କାଢ଼ି ଦିଆଯାଇଥିଲା। ପୂର୍ବରୁ ମନ୍ଦିରକୁ ଲାଗି ଥିବା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ଦିଆଯାଇଛି।

ସେହିପରି ସ୍ଥାୟୀ ଦେକାନୀମାନେ ଆଗକୁ ବଢ଼ାଇ ନିର୍ମାଣ କରିଥିବା ଲୁହାର ଆଙ୍ଗେଲ, ଆଜବେଷ୍ଟ ଆଦିକୁ କାଢ଼ି ଦିଆଯାଇଛି। ଏହାସହ ଉଠା ଦେକାନଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଉଛି।

ମନ୍ଦିର ପାଇଁ ଓଡ଼ିଶା ସରକାର ୭୦୦ କୋଟି ଟଙ୍କାର ଏକ ପ୍ୟାକେଜ ପ୍ରସ୍ତୁତ କରିଛନ୍ତି। ପ୍ରସ୍ତାବ ଅନୁସାରେ, ଲିଙ୍ଗରାଜ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଥିବା ସବୁ ଷ୍ଟ୍ରକଚରକୁ ହଟାଇ ଦିଆଯିବ ଯାହା ଫଳରେ କି ଶ୍ରଦ୍ଧାଳୁମାନେ ବିନା ଅସୁବିଧାରେ ଚଳ ପ୍ରଚଳ କରିପାରିବେ। ଲିଙ୍ଗରାଜ ମନ୍ଦିର ଥାନା ଓ ଟେମ୍ପୁଲ ଅଫିସକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସ୍ଥିର କରିଛନ୍ତି ସରକାର। ମନ୍ଦିର ସାମ୍ନାରେ ଥିବା ସ୍ଥାନକୁ ଯାତ୍ରୀମାନଙ୍କ ଯିବା ଆସିବା ପାଇଁ ବ୍ୟବହୃତ ହେବ।

Comment