ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏନେଇ ଆଜି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ପୂର୍ବବର୍ଷ ରଥ ତିଆରି ସରିଥିଲେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ବନ୍ଦ ରହିଥିଲା ରଥଯାତ୍ରା। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଭିତରେ ରଥଯାତ୍ରା କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି।

ଏପ୍ରିଲ ୨୦, ଅଶୋକାଷ୍ଟମୀ ଦିନ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଏସ୍‌ଓପି ଜାରି କରାଯାଇଛି।

ଏସ୍‌ଓପି

  • ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
  • କେବଳ ସେବାୟତ ଓ ପୋଲିସ କର୍ମଚାରୀମାନେ ସାମିଲ ରହିବେ
  • ରଥଯାତ୍ରା ଆରମ୍ଭ ହେବାର ୪୮ଘଣ୍ଟା ପୂର୍ବରୁ ସେବାୟତଙ୍କ ହେବ ଆରଟିପିସିଆର ଟେଷ୍ଟ
  • ନେଗେଟିଭ୍ ରିପୋର୍ଟ ଆସିଥିବା ସେବାୟତଙ୍କୁ ମିଳିବ ଅନୁମତି
  • ରଥକାର୍ଯ୍ୟରେ ନିୟୋଜିତ ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ସମସ୍ତେ ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା କରିବେ
  • ପ୍ରତିଦିନ ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ
  • ରଥଯାତ୍ରାରେ ଦୋକାନ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା
  • ରଥଯାତ୍ରାରେ ବାଣ ଫୁଟାଇବା, ପାନ ଗୁଟ୍‌ଖା ଖାଇ ଛିପ ପକାଇବାକୁ ନିଷେଦ୍ଧ କରାଯାଇଛି

ଗୁରୁବାର ଦିନ ବିଏମ୍‌ସି କମିସନରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ଉପସ୍ଥିତ ଥିଲେ ଶ୍ରୀଲିଙ୍ଗରାଜ ମନ୍ଦିରର ୪ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକ। ସେହି ବୈଠକରେ ରୁକୁଣା ରଥ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଯାତ୍ରା ଆରମ୍ଭ ପୂର୍ବରୁ ପୁରୁଣା ଭୁବନେଶ୍ୱର ବାସିନ୍ଦାଙ୍କ ଉପରେ କଟକଣା ଲାଗୁ କରାଯିବ।

Comment