ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ବାଜି ମାରିଛି ବିଜେପି। ରାଜ୍ୟର ୧୫ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରୁ ବିଜେପି ୬ରେ ଜିତାପଟ ହାସଲ କରିବା ସହ ବର୍ତ୍ତମାନ ସୁଦ୍ଧା ୬ଟି ସିଟରେ ଆଗୁଆ ରହିଛି।

ଡିସେମ୍ବର ୫ ତାରିଖରେ ରାଜ୍ୟର ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ସୋମବାର ଭୋଟ ଗଣତି ଜାରି ରହିଛି।

ଉପନିର୍ବାଚନରେ ବିଜେପି ୧୫ଟି ଆସନରୁ ୧୨ଟି ଆସନରେ ଜିତିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ସେହିପରି ଦୁଇଟି ସିଟରେ କଂଗ୍ରେସ ଓ ଗୋଟିଏ ସିଟରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ କଂଗ୍ରେସ ଓ ଜେଡିଏସକୁ ଜୋରଦାର ଧକ୍କା ଲାଗିଛି। କଂଗ୍ରେସ ନେତା ଡିକେ ଶିବକୁମାର ନିର୍ବାଚନରେ ଦଳର ପରାଜୟକୁ ସ୍ୱୀକାର କରିଛନ୍ତି।

ଜୁଲାଇରେ ଜେଡିଏସ୍ ଓ କଂଗ୍ରେସର କେତେକ ବିଧାୟକ ତାଙ୍କର ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏଥିପାଇଁ ବିଧାନସଭାରେ ବିଧାୟକ ଆସନଗୁଡ଼ିକ ଖାଲି ପଡ଼ିଥିଲା। ତେଣୁ ଖାଲିଥିବା ଏହି ୧୫ଟି ଆସନ ପାଇଁ ଉପ ନିର୍ବାଚନ କରାଯାଇଥିଲା। କର୍ଣ୍ଣାଟକରେ ଏବେ ବିଜେପିର ସରକାର ଅଛି, ଯାହାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଏସ୍ ୟେଦୁରପ୍ପା।

Comment