ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ ଦୃଷ୍ଟିହୀନ ଦିବ୍ୟାଙ୍ଗ କିଭଳି ବାଟ ଚାଲୁଛି। ଜଣେ କଥା କହିପାରୁନଥିବା ଦିବ୍ୟାଙ୍ଗ କିଭଳି ନିଜର କଥାକୁ ଅନ୍ୟ ଆଗରେ ଉପସ୍ଥାପନ କରୁଛି। କିଭଳି ଜଣେ ବଧିର ଦିବ୍ୟାଙ୍ଗ ଅନ୍ୟ ଜଣେ କହୁଥିବା କଥାକୁ ଜାଣିପାରୁଛି। ତାହା ଜଣେ ସାଧାରଣ ମଣିଷ ପକ୍ଷେ ଅନୁଭବ କରିବା କଷ୍ଟକର। ତେବେ ଏହି ସମସ୍ୟାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ମାଲକାନଗିରି ସୁକମା ଅଞ୍ଚଳର ଏସପି ସଲଭ ସିହ୍ନା।

ଏହି ଦିବ୍ୟାଙ୍ଗମାନଙ୍କ ଜୀବନକୁ ଅନୁଭବ କରିବା ପାଇଁ ସେ ନିଜେ ଗୋଟିଏ ଦିନ ପାଇଁ ଅନ୍ଧ, ମୂକ ଓ ବଧିରଙ୍କ ଭଳି ବଞ୍ଚିବାକୁ ଚେଷ୍ଟା କରିଛନ୍ତି। ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ତାଙ୍କର ଏଭଳି ପ୍ରୟାସକୁ ସାଧାରଣରେ ବାଃ ବାଃ ମିଳିଛି।

ସେ ଗୋଟିଏ ଦିନର କିଛି ସମୟ ପାଇଁ ଆଖିରେ ପଟି ବାନ୍ଧି ଅନ୍ଧଙ୍କ ଭଳି ଜୀବନ ଅତିବାହିତ କରିଛନ୍ତି। ସେହିପରି ମୂକ ଓ ବଧିର ଭାବେ ମଧ୍ୟ ସେ ଗୋଟିଏ ଦିନର କିଛି ସମୟ ଅତିବାହିତ କରିଛନ୍ତି। ଏହାକଲେ ଜଣେ ବ୍ୟକ୍ତି ଦିବ୍ୟାଙ୍ଗମାନଙ୍କ ଯନ୍ତ୍ରଣାକୁ ବୁଝିପାରିବ ଓ ତାଙ୍କ ପାଇଁ କିଛି କରିବାକୁ ଆଗ୍ରହ ପ୍ରକାଶ କରିବେ। ଏହାସହ ସମସ୍ତେ ଜୀବନରେ ଥରେ ଥରେ ଏଭଳି ପ୍ରୟାସ କରିବା ଉଚିତ୍ ବୋଲି ସେ କହିଛନ୍ତି।

Comment