ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦର, ଲମ୍ବା ଓ ମଜବୁତ୍‌ ନଖ ରଖିବା ପ୍ରାୟ ସବୁ ମହିଳାଙ୍କ ଇଛା। କିନ୍ତୁ କିଛି ମହିଳାଙ୍କର ନଖ ଜଲଦି ବଢ଼ି ନଥାଏ ତ କିଛି ମହିଳାଙ୍କର ନଖ ଭାଙ୍ଗିଯାଏ। ହେଲେ ଘରୋଇ ଉପାୟରେ ଆପଣ ସୁନ୍ଦର ଓ ଲମ୍ବା ନଖ ରଖିପାରିବେ।

ନଖ ଯଦି ବଡ଼ ରଖୁଛନ୍ତି, ତେବେ ଏହାକୁ ପରିଷ୍କାର ରଖନ୍ତୁ। ସବୁବେଳେ ନଖକୁ ଉଷୁମ ପାଣିରେ ୫ ମିନିଟ୍‌ ପର୍ଯ୍ୟନ୍ତ ବତୁରାଇ ରଖନ୍ତୁ। ଏହାପରେ ନଖକୁ କୌଣସି ତେଲ ବା କ୍ରିମ୍‌ରେ ମାଲିସ କରନ୍ତୁ। ଫଳରେ ନଖ କୋମଳ ରହିଥାଏ।

ରାତିରେ ଶୋଇବା ବେଳେ ନଖକୁ ଅଲିଭ ତେଲରେ ମାଲିସ କରନ୍ତୁ। ଏହା କରିବା ଦ୍ୱାରା ନଖ ଜଲଦି ବଢ଼ିଥାଏ। ଅଲିଭ ତେଲରେ ଭିଟାମିନ୍‌ ଇ କ୍ୟାପସୁଲକୁ ପକାନ୍ତୁ, ସପ୍ତାହକୁ ଥରେ ଏହାକୁ ମାଲିସ କରନ୍ତୁ।

ନଖକୁ ଲେମ୍ବୁ ରସରେ ଘଷନ୍ତୁ। ନଖ ମଜବୁତ୍‌ ରହିବା ସହ ଶକ୍ତ ହୋଇଥାଏ। ଶ୍ରୀଘ୍ର ବି ବଢ଼ିଥାଏ। ଲେମ୍ବୁ ରସକୁ ଘସିବା ଫଳରେ ନଖର ରଙ୍ଗ ବି ଧଳା ହୋଇଥାଏ।

ନଖରେ ଟମାଟୋକୁ ଖଣ୍ଡ କରି ଘଷନ୍ତୁ ଫଳରେ ନଖ ଜଲଦି ବଢ଼ିବ।

Comment