ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦର ଏବଂ ଲମ୍ବା ନଖ ରଖିବା ସବୁ ମହିଳାଙ୍କ ସଉକ। କିନ୍ତୁ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଲମ୍ବା ନଖ ରଖିବା ସହିତ ଯତ୍ନ ନେଇପାରିନଥାନ୍ତି। ଏମିତି ଜଣେ ମହିଳା ଅଛନ୍ତି ତାଙ୍କ ନଖକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ମହିଳାଙ୍କ ନାଁ ହେଉଛି ସିମୋନ କ୍ରିଷ୍ଟିନା। ମହିଳା ଜଣଙ୍କ ପୂର୍ବରୁ ଏକ ପ୍ରତିଯୋଗିତାରେ ଭାଗ ନେଇ ୱିନର ହୋଇଥିଲେ। ଯଦି ସତ୍ୟତା ଜାଣିବାକୁ ଚାହାଁନ୍ତି ମହିଳାଙ୍କ ନଖ ରଖିବା ସଉକକୁ ଇନଷ୍ଟାଗ୍ରାମରେ ଦେଖିପାରିବେ। ଇନଷ୍ଟାଗ୍ରାମରେ ଭଳିକି ଭଳି ନଖର ଫଟୋ ଅପଲୋଡ୍ କରିଛନ୍ତି। ଯାହାକୁ ଲୋକେ ବହୁତ ଲାଇକ୍ କରୁଛନ୍ତି। ମହିଳାଙ୍କ ଏହି ସଫଳତା ପଛରେ ୩ ବର୍ଷର ପରିଶ୍ରମ ରହିଛି।

ଇନଷ୍ଟାଗ୍ରାମରେ କ୍ରିଷ୍ଟିନାଙ୍କ ଫଲୋଅର୍ସ ମଧ୍ୟ ରହିଛନ୍ତି। ପାଖାପାଖି ୧୨ ହଜାରରୁ ଅଧିକ ଲୋକ ତାଙ୍କୁ ଫଲୋ କରୁଛନ୍ତି। ୬ ଇଞ୍ଚରୁ ଅଧିକ ଲମ୍ବର ନଖ ବଢ଼ାଇ ଏହାର ଯତ୍ନ ପାଇଁ ସେ ପରିଶ୍ରମ କରୁଛନ୍ତି। ନଖ ବହୁତ ସୁନ୍ଦର ହୋଇଥିଲାବେଳେ ଏହା ଦ୍ୱାରା ବିଭିନ୍ନ ଅସୁବିଧା ସହିବାକୁ ପଡ଼ୁଥିବା କହିଛନ୍ତି କ୍ରିଷ୍ଟିନା। କପଡ଼ା ପିନ୍ଧିବା ଏବଂ ଘର କାମ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଛଡ଼ା ପାଠପଢ଼ା ସମୟରେ ପେନ୍ ଧରି ଲେଖିବାରେ ବି ସମସ୍ୟ ହେଉଥିବା କହିଛନ୍ତି କ୍ରିଷ୍ଟିନା।

Comment