ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ଆମେରିକାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଥଣ୍ଡା କାରଣରୁ ଜଣେ ମହିଳାଙ୍କ କେଶଗୁଡ଼ିକରେ ବରଫ ଜମିଯାଇଛି। ମହିଳା ଜଣଙ୍କ ସାମ୍ପୋ କରିବା ପରେ ମୁଣ୍ଡ ଶୁଖାଇବା ସମୟରେ ବାଳଗୁଡ଼ିକରେ ବରଫ ଜମିଯାଇଛି। ଟ୍ୱିଟରରେ ଏହି ଭିଡିଓ ସେୟାର କରିଛନ୍ତି ମହିଳା। ମାତ୍ର ଦୁଇ ଦିନ ଭିତରେ ଏହି ଭିଡିଓକୁ ୨.୭ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି।

ଆମେରିକାରେ ପ୍ରବଳ ଥଣ୍ଡା କାରଣରୁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଏଠାରେ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏବେ ପାରଦ ପାଖାପାଖି -୪୦ ଡିଗ୍ରୀ ତଳେ ରହିଛି। ଚାରିଆଡେ ବରଫର ଚାଦର ଘୋଡ଼େଇ ହୋଇ ରହିଥିବା ବେଳେ ପ୍ରବଳ ଥଣ୍ଡା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଏହାରି ଭିତରେ ସୋସିଆଲ ମିଡିଆରେ ଆମେରିକାର ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।

Comment