ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ପ୍ରତିଶୋଧ ନେଇଛି ଆମେରିକା। ବିସ୍ଫୋରଣ କରିଥିବା ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍‌ଆଇଏସ୍‌-କେର ଆଡ୍ଡାରେ କରିଛି ଏୟାରଷ୍ଟ୍ରାଇକ। ଆଫଗାନର ନାଙ୍ଗରହାରରେ ଥିବା ଆତଙ୍କୀ ଆଡ୍ଡାରେ ଏୟାରଷ୍ଟ୍ରାଇକ କରାଯାଇଛି। ଏଥିରେ  ଆଇଏସ୍‌ଆଇଏସ୍‌-କେର ଅନେକ ଆତଙ୍କୀ ନିପାତ ହୋଇଥିବା କୁହାଯାଉଛି।

ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟାରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୭୫ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୧୭୦ରୁ ଅଧିକ ଲୋକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନ୍ୟ ଥିବା ଜଣା ପଡ଼ିଥିଲା। ଏହି ବିସ୍ଫୋରଣ ପାଇଁ ଆଇଏସ୍‌ଆଇଏସ୍‌-କେ ଆତଙ୍କବାଦୀ ସଙ୍ଗଠନକୁ ନିଜକୁ ଦାୟୀ କରିଥିଲା।

ଏହାପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଶବାସୀଙ୍କୁ ସମ୍ବୋଧିତ କରି ଏହାର ପ୍ରତିଶୋଧ ନିଆଯିବ ବୋଲି କହିଥିଲେ। ତେବେ ଆଗକୁ ମଧ୍ୟ ଆଫଗାନିସ୍ତାନରେ ଆହୁରି ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ରିପୋର୍ଟ ମିଳିଛି। ତେଣୁ ଆମେରିକାର ଆଭିମୁଖ୍ୟ କିପରି ରହିବ ସେନେଇ ସମସ୍ତଙ୍କ ନଜର ରହିଛି।

Comment