ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ସୋର ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଅଜୟ ବେହେରାଙ୍କ ବାରିପଦାସ୍ଥିତ ବାସଭବନ ସହ ସୋର କାର୍ଯ୍ୟାଳୟ, ଶ୍ୱଶୂର ଘର ସମେତ କଟକସ୍ଥିତ ସଂପର୍କୀୟଙ୍କ ଘରେ ଚଢ଼ାଉ ହୋଇଛି।

କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ବାରିପଦା ଭିଜିଲାନ୍ସ ପକ୍ଷରୁ ଏକ ୭ ଜଣିଆ ଟିମ ଦ୍ୱାରା ଅଜୟ ବେହେରାଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ମିଳିତ ଚଢ଼ାଉ କରାଯାଇଥିଲା।

Comment