ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମନ୍ଦିର ଭିତରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି।

ମଙ୍ଗଳବାର ସକାଳ ୫ଟା ବେଳେ ଗୁପ୍ତେଶ୍ୱର ଶିବ ମନ୍ଦିରରୁ ଏହି ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଶିବଲିଙ୍ଗଠାରୁ ମାତ୍ର ୫ ଫୁଟ ବ୍ୟବଧାନରେ ଏହି କାଣ୍ଡ ଘଟିଛି l

ପୂଜକ ନୀତିକାନ୍ତି ସକାଳୁ ଭଗବାନଙ୍କ ପୂଜା ପାଇଁ ଦ୍ୱାର ଖୋଲିଲା ବେଳକୁ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାପରେ ସେ ମୁଖ୍ୟ ପୂଜକଙ୍କୁ ଖବର ଦେଇ ସ୍ଥାନୀୟ ରାମଗିରି ଫାଣ୍ଡି ଅଧିକାରୀଙ୍କୁ ଓ ଦେବତର ଦାଇତ୍ୱରେ ଥିବା ଜୟପୁର ତହସିଲଦାରଙ୍କୁ ଘଟଣା ବିଷୟରେ  ଜଣାଇଥିଲେl ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ।

Comment