ଓଡ଼ିଶାଲାଇଭ୍ ବ୍ୟୁରୋ

ଚୟନ କମିଟିକୁ ଯିବନି ନାଗରିକତା ସଂଶୋଧନ ବିଲ୍। ଏନେଇ ବୁଧବାର ରାଜ୍ୟସଭାରେ ଭୋଟିଂ ହୋଇଥିଲା। ଭୋଟିଂରେ ବହୁମତ ନଥିବାରୁ ବିଲକୁ ଚୟନ କମିଟିକୁ ପଠାଯିବନାହିଁ।

ଭୋଟରେ ଚୟନ କମିଟି ଯିବା ସପକ୍ଷରେ ୯୯ଟି ଭୋଟ୍ ପଡ଼ିଥିବାବେଳେ ବିପକ୍ଷରେ ୧୨୪ଟି ଭୋଟ୍ ପଡ଼ିଥିଲା। ଏହାପରେ ନାଗରିକତା ବିଲ ଚୟନ କମିଟିକୁ ଯିବନି ବୋଲି ସ୍ପଷ୍ଟ ହୋଇଯାଇଛି।ବିରୋଧୀମାନେ ଏହି ବିଲକୁ ଚୟନ କମିଟିକୁ ପଠାଇବାକୁ ଦାବି କରୁଥିଲେ, ଯାହା ଏବେ ଖାରଜ ହୋଇଯାଇଛି। ବର୍ତ୍ତମାନ ରାଜ୍ୟସଭାରେ ଏହି ବିଲ୍ ପାସ୍ ହେବା ପରେ ସିଧାସଳଖ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପରେ ବିଲଟି ଆଇନରେ ପରିଣତ ହେବ।

ନାଗରିକତା ସଂଶୋଧନ ବିଲରେ ମୁସଲମାନଙ୍କୁ ସ୍ଥାନ ମିଳିନଥିବାରୁ ଏହାକୁ ନେଇ ବିରୋଧ କରାଯାଉଛି। ଏହି ବିଲ୍ ଭାରତୀୟ ସମ୍ବିଧାନର ଧାରା ୧୪ ସମାନତା ଅଧିକାର ଏବଂ ସମ୍ବିଧାନର ମୁଖବନ୍ଧ ବିରୋଧୀ ବୋଲି ଅଭିଯୋଗ ହେଉଛି।

Comment