ଓଡ଼ିଶାଲାଇଭ୍ ବ୍ୟୁରୋ

କଟକସ୍ଥିତ ନରାଜ ବଜାର ଅଞ୍ଚଳରେ ଚୌଦ୍ଵାର ପୋଲିସ ଓ ସ୍ପେଶିଆଲ ସ୍କ୍ୱାର୍ଡର ଏନ୍‌କାଉଣ୍ଟରରେ ଡକାୟତ ସଚିନ୍‌ ପାଓ୍ଵାର ଓରଫ ବବ୍‌ଲୁ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ବବ୍‌ଲୁ ଏକ ଘରେ ଲୁଚି ରହିଥିବା କଥା ପୋଲିସକୁ ଖବର ମିଳିଥିଲା। ଏହାପରେ ଚୌଦ୍ଵାର ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡ ପକ୍ଷରୁ ସେଠାରେ ଚଢ଼ଉ ହୋଇଥିଲା। ପୋଲିସ ଚଢ଼ଉ କରିଥିବା ଜାଣିପାରି ବବ୍‌ଲୁର ୨ ସହଯୋଗୀ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ, ହେଲେ ବବ୍‌ଲୁକୁ ପୋଲିସ ଘେରାଉ କରିନେଇଥିଲା। ଏହି ସମୟରେ ବବ୍‌ଲୁ ପାଲଟା ଗୁଳି ଚାଳନା କରି ଖସି ପଳେଇବାକୁ ଉଦ୍ୟମ କରିଥିଲା। ଫଳରେ ପୋଲିସ ତା’ର ଡାହାଣ ଗୋଡ଼କୁ ଗୁଳି କରିଥିଲା। ଏହି ଗୁଳି ବିନିମୟରେ ଚୌଦ୍ଵାର ପୋଲିସର ୩ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।

ବବ୍‌ଲୁଠାରୁ ପୋଲିସ ଗୋଟିଏ ବନ୍ଧୁକ ଜବତ କରିଛି। ସେ ଡକାୟତ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ଥିଲା।

ଏକାଧିକ ଲୁଟ୍‌, ରାହାଜାନି ଓ ଡକାୟତି ଘଟଣାରେ ତା’ର ସଂପୃକ୍ତି ରହିଛି। ସେହିଭଳି ମଙ୍ଗଳବାର ଏକ ସୁନା ଦୋକାନରୁ ଲୁଟ୍ ଉଦ୍ୟମ ବେଳେ ସେହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଚୌଦ୍ୱାରା ପୋଲିସ ଗିରଫ କରିଥିଲା।

Comment