ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଓଡ଼ିଶା ଆସୁଛନ୍ତି। ସେ ଗୁରୁବାର ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ  ପ୍ରମୁଖ ଉପଦେଷ୍ଟା, ମୁଖ୍ୟ ସଚିବ ଓ ଅର୍ଥ ସଚିବ ଉପସ୍ଥିତ ରହିବେ।

ବୁଧବାର ଆରବିଆଇ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସଙ୍କର ଗୋଟେ ବର୍ଷ ପୂରଣ ହୋଇଛି।

Comment