ଓଡ଼ିଶାଲାଇଭ୍ ବ୍ୟୁରୋ

ବାରବାଟୀ ଷ୍ଟାଡିୟମ୍‌ ଆସିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଏନେଇ ତାଙ୍କୁ ଓସିଏ ତରଫରୁ ଚିଠି ପଠା ଯାଇଛି। ବାରବାଟୀରେ ହେବାକୁ ଭାରତ-ୱେଷ୍ଟଇଣ୍ଡିଜ୍‌ ମ୍ୟାଚରେ ଗାଙ୍ଗୁଲି ଉପସ୍ଥିତ ରହି ବିଜୟୀ ଟିମ୍‌କୁ ଟ୍ରଫି ପ୍ରଦାନ କରିବାକୁ ଓସିଏ ଗାଙ୍ଗୁଲିଙ୍କୁ ନିମନ୍ତ୍ରଣ କରିଛି।

ଦୀର୍ଘ ବର୍ଷ ବ୍ୟବଧାନରେ ବାରବାଟୀ ଷ୍ଟାଡିୟମରେ କୌଣସି ଅନ୍ତର୍ଜାତୀୟ ସିରିଜର ଶେଷ ମ୍ୟାଚ ଆୟୋଜନ କରାଯାଉଛି। ତେଣୁ ତିନି ମ୍ୟାଚ ବିଶିଷ୍ଟ ଭାରତ-ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାର ବିଜେତା ଦଳକୁ ଏଠାରେ ଟ୍ରଫି ପ୍ରଦାନ କରାଯିବ। ଏହା ସହିତ ମ୍ୟାନ୍ ଅଫ୍ ଦି ସିରିଜ୍ ସହିତ ଅନ୍ୟାନ୍ୟ ବ୍ୟକ୍ତିଗତ ପୁରସ୍କାର ପ୍ରଦାନ କରାଯିବାକୁ ଯୋଜନା ରହିଛି। ତେଣୁ ଏଥିପାଇଁ ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନିମନ୍ତ୍ରଣ କରାଯାଇଛି।

ଅନ୍ୟପକ୍ଷରେ ମ୍ୟାଚ ଆରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଷ୍ଟାଡିୟମ୍ ଠାରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

Comment