ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ସର୍ବଭାରତୀୟ ପ୍ଲାଷ୍ଟିକ ସର୍ଜନ ଆସୋସିଏସନ ପକ୍ଷରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫୪ତମ ପ୍ଲାଷ୍ଟିକ ସର୍ଜନ ସମ୍ମିଳନୀ ଉଦଘାଟିତ ହୋଇଛି।

ଗୁରୁବାର ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆଗାମୀ ୩ ଦିନଧରି ଭୁବନେଶ୍ୱରରେ ଚାଲିବ।

ଉଦଘାଟନୀ ଅବସରରେ ପ୍ଲାଷ୍ଟିକ ସର୍ଜନମାନଙ୍କୁ ଅନେକ ପ୍ରଶଂସା କରିବା ସହ ଅନେକ ଦେଶ ଓ ବିଦେଶର ଡାକ୍ତରଙ୍କୁ ସମ୍ମାନିତ କରାଯାଇଛି।

ଦେଶର ପ୍ରାୟ ୮୦୦ ପ୍ଲାଷ୍ଟିକ ସର୍ଜନ ଯୋଗ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ସର୍ଜରୀ ଉପରେ ଆଧାରିତ ଏକ ପୁସ୍ତକକୁ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here