ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ତା ଚାରିପଟର ଉନ୍ନୟନ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। କୋଣାର୍କ ମନ୍ଦିର ଚିଠା ନକ୍ସାକୁ ଏକ ଉଚ୍ଚସ୍ତରୀୟ ବୈଠକରେ ଚୂଡାନ୍ତ କରାଯାଇଛି।

ଏହି ନୂଆ ଯୋଜନାରେ ୪ଟି ବିଷୟ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। କୋଣାର୍କ ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବା, ପର୍ଯ୍ୟଟକଙ୍କ ଅନୁଭୂତିକୁ ଦ୍ୱିଗୁଣିତ କରିବା, ସ୍ଥାନୀୟ ବ୍ୟବସାୟୀମାନଙ୍କ ଆର୍ଥିକ  ଉନ୍ନତି ଓ ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିକୁ ସୁଦୃଢ଼ କରିବା।

ଏହା ହେଲେ କୋଣାକର୍କୁ ଆସୁଥିବା ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ମିଳିବା ସହିତ ସ୍ଥାନୀୟ ବ୍ୟବସାୟୀଙ୍କ ଆର୍ଥିକ ଉନ୍ନତି ହେବ।

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଯୋଜନାର ସମୀକ୍ଷା କରିଥିଲେ। ଆସନ୍ତା ୨୧ ଦିନ ମଧ୍ୟରେ ଏସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିବା ପାଇଁ ଅଧିକାରୀମାନେ ଉଦ୍ୟମ କରିବେ ବୋଲି କୁହାଯାଇଛି। Konark.obcc@gmail.com ରେ ଯେକୌଣସି ବ୍ୟକ୍ତି ନିଜର ମତାମତ ଦେଇପାରିବେ।

Comment