ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କୋଣାର୍କର ବିଶ୍ଵପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଏସଓପି ଜାରି କରାଯାଇଛି। ଏସଓପି ଅନୁସାରେ ମନ୍ଦିର ଭିତରକୁ ଦୈନିକ ୨ ହଜାର ପର୍ଯ୍ୟଟଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି।  ବ୍ୟବସାୟୀ, ଫଟୋ ଗ୍ରାଫର, ଗାଇଡ ଓ ହସ୍ତଶିଳ୍ପ ବ୍ୟବସାୟୀମାନଙ୍କୁ ଏପର୍ଯ୍ୟନ୍ତ କୌଣସି ଅନୁମତି ଦିଆଯାଇନାହିଁ।

କରୋନା ଯୋଗୁଁ ଏପ୍ରିଲ ୧୬ରୁ ବନ୍ଦ ରହିଥିଲା କୋଣାର୍କର ସୂର୍ଯ୍ୟ ମନ୍ଦିର। ପୁରୀ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କୋଭିଡ କଟକଣା ଭିତରେ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ସୋମବାରଠାରୁ ଖୋଲିଛି କୋଣାର୍କ ମନ୍ଦିର।

ଏପର୍ଯ୍ୟନ୍ତ କରୋନା ସଙ୍କଟ ଟଳି ନଥିବାରୁ ପର୍ଯ୍ୟଟକଙ୍କ ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା, ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରତିଦିନ ସକାଳ ୬ଟାରୁ ଦିନ ୧ଟା ମଧ୍ୟରେ ୧୦୦୦ ପର୍ଯ୍ୟଟକ ଏବଂ ଦିନ ୧ଟା ରୁ ସନ୍ଧ୍ୟା ୬ ଟା ମଧ୍ୟରେ ଆଉ ୧୦୦୦ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Comment