ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲାରେ ଜନନୀ ଯନ୍ତ୍ରଣା। ଗାଁ କୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କ ଜଣକ ତିନି କିଲୋମିଟର ଚାଲିଚାଲି ରାସ୍ତାକୁ ଆସିଥିଲେ। ପ୍ରସବ ପାଇଁ ଯନ୍ତ୍ରଣା ଅନୁଭବ କରିବାରୁ ରାସ୍ତା ମଝିରେ ହିଁ ଶିଶୁପୁତ୍ର ଜନ୍ମ କଲେ ଆଦିବାସୀ ମହିଳା। ଏ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତଳଗଡତି ଗାଁରେ।

ବିଜାଘାଟି ପଞ୍ଚାୟତ ମୁଣ୍ଡଗଡତି ଗାଁର ବିନୋଦ ସାଉନ୍ତାଙ୍କର ସ୍ତ୍ରୀ ସମ୍ବାରୀ ସାଉନ୍ତା ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ଗାଁ ଆଶା ଦିଦି ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ପକ୍କା ରାସ୍ତା ନଥିବାରୁ ଆମ୍ଵୁଲାନ୍ସ ଗାଁକୁ ଆସି ପାରିନଥିଲା।

ପରେ ସମ୍ପର୍କୀୟଙ୍କ ସହଯୋଗରେ ସମ୍ବାରୀ ସାଉନ୍ତା ତିନି କିଲୋମିଟର ଗାଁରୁ ଚାଲିଚାଲି ଯାଇଥିଲେ ଶେଷରେ ରାସ୍ତାରେ ହିଁ ପ୍ରସବ କରିଥିଲେ। ପରେ ଆମ୍ଵୁଲାନ୍ସରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏ ଘଟଣା ନୂଆ ନୁହେଁ। ଦୀର୍ଘ ବର୍ଷ ଧରି ଏହି ଗାଁ ଲୋକେ ଏପରି ରାସ୍ତା ରେ ହିଁ ଶିଶୁ ଜନ୍ମ କରୁଛନ୍ତି। କାରଣ ଗାଁକୁ ଯିବା ପାଇଁ ସବୁଦିନିଆ ପକ୍କା ରାସ୍ତା ନାହିଁ।

ପ୍ରଶାସନିକ ଅଧିକାରୀଙ୍କୁ ବି ଗ୍ରାମବାସୀ ବାରମ୍ବାର ଗୁହାରି କରିଛନ୍ତି। କିନ୍ତୁ ରାସ୍ତା କରିବାରେ ପ୍ରଶାସନିକ ଅଧିକାରୀ ଇଛା ପ୍ରକାଶ କରିନଥାନ୍ତି। ବର୍ତ୍ତମାନ ଉଭୟ ମା ଓ ଶିଶୁ ପୁତ୍ର ମାଥାଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି। ସେମାନଙ୍କ ଅବସ୍ଥାରେ ଭଲ ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here