ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଦୀର୍ଘ ୪୦ ଘଣ୍ଟା ବିତିଯିବା ପରେ ଏଚଆଇଭି ଆକ୍ରାନ୍ତ ଗର୍ଭବତୀଙ୍କୁ ଚିକିତ୍ସା କଲେ ଡାକ୍ତର। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ବିଳମ୍ବରେ ଚିକିତ୍ସା ଯୋଗୁଁ ଗର୍ଭସ୍ତ ଶିଶୁର ମୃତ୍ୟ ଘଟିଛି। ଚିକିତ୍ସାରେ ଅବହେଳା ପାଇଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

୧୨ ଡିସେମ୍ବର ରାତି ୮ଟା ସମୟରେ ଜାମଦା ଅଞ୍ଚଳର ଜଣେ ଏଚ ଆଇଭି ସଂକ୍ରମିତ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆଶା କର୍ମୀଙ୍କ ସହାୟତାରେ ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସେ ହସ୍ପିଟାଲରେ ରାତି ୧୨ଟା ସମୟରେ ପହଞ୍ଚି ଥିଲେ। ହେଲେ ରାତି ଯାକ ଗର୍ଭ ଯନ୍ତ୍ରଣା ରହିବା ପରେ ତାଙ୍କୁ ସଠିକ ଚିକିତ୍ସା କରାଯାଇନଥିଲା। ଆଜି ସକାଳୁ ମହିଳାଙ୍କୁ ଅପରେସନ କରି ମୃତ ପିଲାଟିକୁ କଢ଼ାଯାଇଥିଲା।

Comment