ଓଡ଼ିଶାଲାଇଭ୍ ବ୍ୟୁରୋ

କୌଣସି ଚଳଚ୍ଚିତ୍ରରେ ଆପଣ ଜଣେ କଏଦୀକୁ ଫାଶୀ ଦେବା ବେଳର ଦୃଶ୍ୟ ନିଶ୍ଚିତ ଦେଖିଥିବେ। ଏଥିରେ କଏଦୀ ମୁହଁରେ କଳା କପଡ଼ା ବନ୍ଧା ଯାଇ ତାକୁ ଫାଶୀଖୁଣ୍ଟରେ ଝୁଲାଯାଏ। ସବୁ ସମୟରେ ଭୋର ଅଥବ ସକାଳ ହେବା ପୂର୍ବରୁ ହିଁ ଜଣେ କଏଦୀକୁ ଫାଶୀ ଦିଆଯାଏ।

ଆଉ ଗୋଟିଏ କଥା ମଧ୍ୟ ଆପଣ ଦେଖିବାକୁ ପାଇଥିବେ ଯେ, ଫାଶୀ ଦେବା ପୂର୍ବରୁ କଏଦୀଙ୍କ କାନରେ ଜହ୍ଲାଦ କିଛି କଥା କହିଥାନ୍ତି।

କେମିତି ଦିଆଯାଏ ଫାଶୀ ?

ଫାଶୀ ଦିଆଯିବା ଦିନ କଏଦୀ ଜଣକୁ ସକାଳ ହେବା ପୂର୍ବରୁ ଉଠିବାକୁ କୁହାଯାଇଥାଏ। ଏହାପରେ କଏଦୀ ଜଣକ ନିଜର ନିତ୍ୟକର୍ମ ସାରିବା ପରେ କଏଦୀଙ୍କୁ ତାଙ୍କର ଶେଷ ଇଚ୍ଛା ପଚରା ଯାଇଥାଏ। ଯେଉଁ ଇଚ୍ଛାକୁ ପୂରଣ କରିବା ସମ୍ଭବପର ହୋଇଥାଏ, କଏଦୀର ସେଇ ଇଚ୍ଛାକୁ ପୂର୍ଣ୍ଣ କରାଯାଇଥାଏ।

ଏହାପରେ ଯେଉଁ ଲୋକ କଏଦୀଙ୍କୁ ଫାଶୀ ଦେବେ, ସେହି ବ୍ୟକ୍ତି ଜଣକ କଏଦୀଙ୍କୁ କ୍ଷମା ପ୍ରାର୍ଥନା କରିଥାଏ। କଏଦୀ ଜଣକ ହିନ୍ଦୁ ହୋଇଥିଲେ ରାମ-ରାମ ଓ ମୁସଲମାନ୍ ହୋଇଥିଲେ ସଲାମ କହିଥା’ନ୍ତି।। ଏହାପରେ ସେ ଆଦେଶ ଆଗରେ ଦାସ ବୋଲି କହି କଏଦୀ ଜଣକୁ ଫାଶୀ ଦେଇଥାନ୍ତି।

ଫାଶୀଦେବାର ୧୦ମିନିଟ୍ ପର୍ଯ୍ୟନ୍ତ କଏଦୀଙ୍କୁ ସେହିପରି ଝୁଲାଇ ରଖାଯାଏ। ଏହାପରେ ଡାକ୍ତରମାନଙ୍କ ଏକ ସ୍ୱତନ୍ତ୍ର ଟିମ୍ ଆସି କଏଦୀ ମୃତ ହୋଇଛି ବୋଲି ଘୋଷଣା କରିଥାନ୍ତି। ଏହାପରେ ଯାଇ କଏଦୀକୁ ତଳକୁ ଅଣାଯାଇଥାଏ। ଫାଶୀଦେବା ସମୟରେ ଜେଲ ସୁପରିଟେଣ୍ଡଣ୍ଟ, କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍ ଓ ଘାତକ ଉପସ୍ଥିତ ରହିବା ଆବଶ୍ୟକ। ନଚେତ ଜଣେ କଏଦୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ।

LEAVE A REPLY

Please enter your comment!
Please enter your name here